Home ଓଡ଼ିଶା ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଲଟା ଉଡିଲା ଜାତୀୟ ପତାକା,ବିଭାଗୀୟ କର୍ମଚାରୀ ଙ୍କୁ କାରଣା ଦର୍ଶାନୋଟିସ ଜାରି

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଲଟା ଉଡିଲା ଜାତୀୟ ପତାକା,ବିଭାଗୀୟ କର୍ମଚାରୀ ଙ୍କୁ କାରଣା ଦର୍ଶାନୋଟିସ ଜାରି

79

ମାଲକାନଗିରି,୧୮ା୮(ଓଡିଆ ପୁଅ ) ଆଜି ସକାଳ ୧୦ଟା ପରେ ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଜାତୀୟପତାକା ଓଲାଟା ଉଡୁଥିବାର ଫଟୋ ସାମାଜିକ ଗଣମଧ୍ୟମରେ ଭାଇରାଲ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡିକରେ ପ୍ରତିଦିନ ସକାଳେ ଜାତୀୟପତକା ଉତୋଳନ କରାଯାଇ ସନ୍ଧ୍ୟାରେ ସେହି ପତାକାକୁ ଅବତରଣ କରାଯାଇ ସମ୍ମାନର ସହିତ ରଖାଯାଇଥାଏ । ପ୍ରତିଦିନ ପରି ଆଜି ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ପ୍ଲାଗପୋଷ୍ଟରେ ସଂପୃକ୍ତ କର୍ମଚାରୀ ଜାତୀୟପତାକ ବାନ୍ଧିଥିଲେ । ଏହି ପତାକା ଟି ଭୁଲବସତ ଓଲଟା ବନ୍ଧାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜାତୀୟପତାକା ଓଲଟା ଉଡିବା ଘଟଣାକୁ ନିନ୍ଦାକରି କିଛି ବ୍ୟକ୍ତି ଏହି ଫଟୋ କୁ ସମାଜିକ ଗଣ ମାଧ୍ୟମରେ ଭାଇରାଲ କରିଦେଇଥିଲେ । ଏହି ଭାଇରାଲକୁ ଦେଖି ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ମାନେ ପତାକାଟିକୁ ତଳକୁ ଅବତରଣ କରି ପୁଣି ଥରେ ଠିକଭାବେ ଉତୋଳନ କରିଥିଲେ । ଜାତୀୟ ପତାକା ଓଲଟା ଉଡାଯିବା ସଂପର୍କରେ ଆମେ ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ ଙ୍କ ପ୍ରତିକ୍ରୀୟା ନେଇଥିଲୁ । ସେ କହିଥିଲେ ଆଜି ଜିଲ୍ଲାକୁ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମଥିବାରୁ ସମସ୍ତ ଅଧିକାରୀ ମାନେ ବ୍ୟସ୍ତରେ ଥିଲେ,ପତାକା ଓଲଟା ଉଡିବାଘଟଣା ସଂପର୍କରେ ଜାଣିବାପରେ ଠିକ ଭାବେ ପତାକା ଉତୋଳନ କରିବା ସହ ଏହି ଦାଇତ୍ୱରେ ଥିବା କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କାରଣଦର୍ଶା ନୋଟିସ ଜାରି କରାଯାଇ ଏ ସଂପର୍କରେ ତଦନ୍ତଚାଲିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.