Home ଜିଲ୍ଲା ପରିକ୍ରମା ଜିଲ୍ଲା ହସପିଟାଲରେ ଜଣେ ମହିଳାଙ୍କର ପୋଡାଗୋଡ କୁ ସଫଳତାର ସହିତ ପ୍ଲାଷ୍ଟିକ ସର୍ଜରୀ କରାଗଲା

ଜିଲ୍ଲା ହସପିଟାଲରେ ଜଣେ ମହିଳାଙ୍କର ପୋଡାଗୋଡ କୁ ସଫଳତାର ସହିତ ପ୍ଲାଷ୍ଟିକ ସର୍ଜରୀ କରାଗଲା

86

ମାଲକାନଗିରି,୧୮ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ହସପିଟାଲରେ ଦ୍ୱିତୀୟ ଥର ପାଇଁ ଜଣେ ମହିଳାଙ୍କର ପୋଡା ଗୋଡକୁ ପ୍ଲାଷ୍ଟିକ ସର୍ଜରୀ ସଫଳତାର ସହିତ ଡାକ୍ତର ମାନେ କରିଛନ୍ତି । ମାଲକାନଗିରି ଜିଲ୍ଲା ଓରକେଲ ଗ୍ରାମର ମଙ୍ଗଳା ନାଗଙ୍କ ପତ୍ନୀ ଜମୁନା ନାଗ(୩୫) ଗତ କିଛିଦିନତଳେ ରୋଷେଇ କରୁଥିବା ସମୟରେ ନିଆଁରେ ପୋଡି ହୋଇଯାଇଥିଲେ , ତାଙ୍କର ବାମ ଗୋଡଟି ସମ୍ପୁଣ୍ଣ ର୍ ଭାବେ ପୋଡି ଯାଇ ଅଚଳ ହୋଇଯାଇଥିଲା । ମଙ୍ଗଳା ଜଣେ ଅତ୍ୟନ୍ତ ଗରିବ ଲୋକହୋଇଥିବାରୁ ତାଙ୍କ ପତ୍ନୀଙ୍କର ଚିକିତ୍ସା କରିବାପାଇଁ ଅର୍ଥଅଭାବ ଦେଖା ଦେଇଥିଲା । ପୋଡା ଗୋଡକୁ ଧରି ଚିକିତ୍ସିତ ହୋଇ ନପାରି ଜମୁନା ଘରେ ପଡିରହିଥିଲେ । ଦିନକୁ ଦିନ ଜମୁନାଙ୍କ ଯନ୍ତ୍ରଣା ବଢିବାରୁ ଜିଲ୍ଲା ହସପିଟାଲରେ ସଫଳତାର ସହିତ ପ୍ଲାଷ୍ଟିକ ସର୍ଜରୀ ହୋଇପାରିବା ଜାଣିପାରି ସାହିର କିଛି ସମାଜସେବୀ ଯୁବକ ତାଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଦେଥିଲେ । ଜିଲ୍ଲାହସପିଟାଲର ଡାକ୍ତର ସପନକୁମାର ଧିଣ୍ଡା ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ଜମୁନା ଙ୍କର ବାମଗୋଡଟି ପୋଡି ହୋଇ ଚମଡା ସବୁ ନଷ୍ଟହୋଇ ଯାଇଛି, ସେ ଗୋଡ ଅପରେସନ କରିବା ପରେ ପ୍ଲାଷ୍ଟିକ ସର୍ଜରୀ କରିବାକୁ ପଡିବ । ଗତ୧୧ ତାରିଖ ଦିନ ଜଣେ ମହିଳାଙ୍କ ତଳିପେଟରେ ଚର୍ବି ହୋଇ ତିନିଭାଗ ହୋଇଯାଇଥିଲା . ତାଙ୍କପେଟକୁ ସଫଳତାର ସହିତ ପ୍ଲାଷ୍ଟିକ ସର୍ଜରୀ କରା ଯାଇ ପାରିଥିବାରୁ ଏହି ମହିଳାଙ୍କ ଗୋଡକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇପାରିବ ବୋଲି କହିଥିଲେ । ସୁଚନା ଯୋଗ୍ୟଯେ କଟକ ବଡ ମେଡିକାଲର ପ୍ରଫେସର ଓ ପ୍ଲାଷ୍ଟିକ ସର୍ଜରୀ ସର୍ଜନ ଡାକ୍ତର ଶକ୍ତିପ୍ରସାଦ ମିଶ୍ର ମାଲକାନଗିରି ଜିଲ୍ଲାକୁ ନୂନତ ସିଡିଏମଓ ଭାବେ ବଦଳି ହୋଇଆସିଛନ୍ତି । ସେ ଜଣେ ଦକ୍ଷ ପ୍ଲାଷ୍ଟିକ ସର୍ଜରୀ ସର୍ଜନ ହୋଇଥିବାରୁ ଗତ୧୧ତାରିଖରେ ଜିଲ୍ଲାରେ ପ୍ରଥମ ଥରକରି ସଫଳତାର ସହିତ ମହିଳାଙ୍କର ପ୍ଲାଷ୍ଟିକ ସର୍ଜରୀକରାଯାଇ ଥିଲା । ମାଲକାନଗିରି ଜିଲ୍ଲାରେ କେବେ ବି ପ୍ଲାଷ୍ଟିକ ସର୍ଜରୀ କୌଣସି ରୋଗୀଙ୍କର କରାଯାଇନଥିବା ବେଳେ ପୁଣିଥରେ ଦ୍ୱିତୀୟ ଥରପାଇଁ ଜମୁନାଙ୍କ ଗୋଡକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ଗତ କାଲି ସିଡିଏମଓ ଡା ଶକ୍ତିପ୍ରସାଦ ମିଶ୍ର,ଡାକ୍ତର ସପନକୁମାର ଧିଣ୍ଡା ଓ ଆନେଥେସିଆ ଡାକ୍ତର ନିହାର ରଂଜନ ତ୍ରୀପାଠୀ ଯନ୍ତ୍ରଣାଭୋଗୁଥିବା ମହିଳା ଜମୁନା ନାଗ ଙ୍କୁ ଓଟି କୁ ନେଇ ଅପରେସନ ଆରମ୍ଭ କରିଥିଲେ । ତାଙ୍କ ଗୋଡକୁ ଅପରେସନ କରିବା ପରେ ପ୍ଲାଷ୍ଟିକ ସର୍ଜରୀ କରିଥିଲେ । ଦୀର୍ଘ ୩ ଘଟାଂ ଧରି ଅକ୍ଲାନ୍ତ ପରିଶ୍ରମକରି ଅପରେସନ ଓ ପ୍ଲାଷ୍ଟିକ ସର୍ଜରୀ ରେ ଡାକ୍ତର ମାନେ ସଫଳତା ଲାଭ କରିଥିଲେ,ଜମୁନାଙ୍କ ଯନ୍ତ୍ରଣା ଦିନକୁ ଦିନ ବଢିଚାଲିଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ,ଅପରେସନ ପରେ ଜମୁନା ନାଗ ଏବେ ବିପଦ ମୁକ୍ତଅଛନ୍ତି, ସେ ସପୁଣ୍ଣ ର୍ଭାବେ ସୁସ୍ଥ ହୋଇ ଗଲାପରେ ତାଙ୍କୁ ମେଡିକାଲରୁ ଡିସ୍‌ଚାର୍ଯ୍ୟ କରି ଦିଆ ଯିବ ବୋଲି ଡାକ୍ତର ସପନକୁମାର ଧିଣ୍ଡା କହିଛନ୍ତି । ଜଣେ ଗରିବ ମହିଳା ଙ୍କ ପୋଡା ଗୋଡକୁ ଅପରେସନକରି ସଜାଡି ସଫଳତାର ସହିତ ପ୍ଲାଷ୍ଟିକ ସର୍ଜରୀ କରି ପୁର୍ବାବସ୍ତା ଫେରାଇ ଆଣିଥିବାରୁ ଏହି ଡାକ୍ତର ଟିମ ଙ୍କୁ ମହିଳାଙ୍କ ସ୍ୱାମୀ ମଙ୍ଗଳା ନାଗ ଓ ଓରକେଲ ଗ୍ରାମବାସୀ ମାନେ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାରେ ପ୍ଲାଷ୍ଟିକ ସର୍ଜରୀ ସଫଳତାର ସହିତ ହୋଇପାରିଥିବାରୁ ସିଡିଓମଓ ଡାକ୍ତର ମିଶ୍ରଙ୍କ ସେବା ମନୋବୃତିକୁ ସହରବାସୀ ପ୍ରଶଂସା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.