Home ଓଡ଼ିଶା ମାଲକାନଗିରି ଜିଲ୍ଲାକୁ ସବୁଜ ସୁନ୍ଦର କରିବା ଲକ୍ଷନେଇ ବନବିଭାଗ ପକ୍ଷରୁ ମାଗଣାରେ ଚାରା ବଟଂନ

ମାଲକାନଗିରି ଜିଲ୍ଲାକୁ ସବୁଜ ସୁନ୍ଦର କରିବା ଲକ୍ଷନେଇ ବନବିଭାଗ ପକ୍ଷରୁ ମାଗଣାରେ ଚାରା ବଟଂନ

80

ମାଲକାନଗିରି,୧୦ା୭ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି କୁ ସବୁଜ ସୁନ୍ଦର କରିବା ଲକ୍ଷ ନେଇ ମାଲକାନଗିରି ଜିଲ୍ଲା
ବନ ବିଭାଗ ପକ୍ଷରୁ ପ୍ରାୟ୪୦ ପ୍ରକାରର ଗଛର ଚାରା ମାଗଣାରେ ବଟଂନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଲକାନଗିରି,କାଲିମେଳା,ମାଥଲି ,ବାଲିମେଳା ୪ଟି ବନାଚଂଳ ପକ୍ଷରୁ ଚାଲିଛି । ମାଲକାନଗିରି ଜିଲ୍ଲା ବନ ଖଣ୍ଡଅଧିକାରୀ ପ୍ରଦୀପ ଦେବଦାସ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ସହକାରି ବନ ସଂରକ୍ଷଣ ଅଧିକାରୀ ଶ୍ରୀକାନ୍ତ ନାୟକ ଙ୍କ ପ୍ରତେକ୍ଷ ତ୍ୱତାବଧାନ ରେ ମାଲକନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ସ୍ଥାନିୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଖୋଲା ଯାଇ ସହରବାସୀଙ୍କୁ ବନପାଳ ଓ ବନ କର୍ମଚାରୀ ମାନେ ମାଗଣାରେ ଚାରା ବଟଂନ କରିଛନ୍ତି । କେବଳ ନାମପଜିଂକରଣ ପାଇଁ ଗୋଟିଏ ଚାରା ପ୍ରତି ଟଙ୍କାଟିଏ ଲେଖା ଲୋକମାନଙ୍କ ଠାରୁ ରଖାଯାଉଛି । ପଣସ,ଶିଶୁ,କଦମ୍ବ,ପେସ୍ତାବାଦାମ, କାଜୁ,କୁଷ୍ଣଚୁଡା, ରାଧା ଚୁଡା,ବିଷ୍ଣୁଚୁଡା,ଗମ୍ଭାରି,ସଜନା,ନିମ୍ବ,ବେଲ, ଆମ୍ବ,ଅର୍ଜୁନ, ଦେବଦାରୁ,ଅଗସ୍ତି,ଅଳାଂ,ବାହାଡା,ଛତିଆନା ଆଦି ୪୦ପ୍ରକାର ଚାରା ଲୋକମାନଙ୍କୁ ବଟାଂଯାଇଛି । ସହରବାସୀ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ବନକରି କୋଭିଡ ନିୟମ ମାନି ନିଜ ନାମପଜିଂକରଣ କରି ଚାରା ନେଇଥିଲେ ।ପିଲାଟିଏ କୁ ଗଛଟିଏ,ସବୁଜ ସୁନ୍ଦର ପରିବେଶ ପ୍ରଦୁଷଣ ମୁକ୍ତଜିଲ୍ଲା କରିବା ଉଦେଶ୍ୟରେ ବନବିଭାଗର ଏହି କାର୍ଯ୍ୟକ୍ରମକୁ ଜିଲ୍ଲାବାସୀ ସ୍ୱାଗତ ଜଣାଇ ଚାରା ନେଇ ମିଜ ନିଜ ବାଡି ବଗିଚାରେ ଲଗାଉଥିବାର ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.