Home ଓଡ଼ିଶା ଆଶାନ୍ତ ହୋଇପଡିଥିବା ଗାଁରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଗଠନ ହେଲା ଶାନ୍ତି କମିଟି

ଆଶାନ୍ତ ହୋଇପଡିଥିବା ଗାଁରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଗଠନ ହେଲା ଶାନ୍ତି କମିଟି

102

ମାଲକାନଗିରି,୧୦ା୭( ଓଡିଆ ପୁଅ ) ଝମିଟି ଖେଳରୁ ମହାଭାରତ ଯୁଦ୍ଧ ହେବାପରି ମାଲକାନଗିରି ଜିଲ୍ଲା ଏମଭି୭୯ ଥାନା ଅଚଂଳରେ ତାହାର ପୁନ୍ନାରବୃତିଘଟିଛି । ଏମଭି୭୯ ଥାନାସ୍ଥ ଏମଭି୭୬ ଗ୍ରାମରେ ଜଣେ ପରିବାର ର ସଦସ୍ୟଙ୍କ ମୃତ୍ୟୁ ହେବାପରେ ଶୁଦ୍ଧିକର୍ମରେ ବ୍ରାହ୍ମଣଙ୍କୁ ନଡାକି ନିଜେ କର୍ମକରିଦେଇ ଥିବାରୁ ସେହି ଗ୍ରାମର କିଛି ଲୋକ ସେହି ପରିବାରକୁ ଗ୍ରାମରୁ ବାଛନ୍ଦ କରି ନିଆଁ ପାଣି ବନ୍ଦ କରିଦେଇଥିଲେ । ସେହିପରିବାର ଜିଲ୍ଲାପ୍ରଶାସନର ଦ୍ୱାରାସ୍ଥ ହୋଇ ଏ ସଂପର୍କରେ ଥାନାରେ ଏତଲା ଦେବା ପରେ ଗ୍ରାମର କିଛି ବ୍ୟକ୍ତି ଗିରଫ ହୋଇଥିଲେ । ସେହି ଦିନଠାରୁ ଗ୍ରାମରେ ଦୁଇଗୋଷ୍ଠି ହୋଇ ଅଶାନ୍ତି ଲାଗିରହିଥିଲା । ଏହା ଦ୍ୱାରା ଗ୍ରାମରେ ଉନ୍ନତିମୁଳକ କାର୍ଯ୍ୟରେ ବାଧାସୃଷ୍ଟି ହେବା ସହିତ ଭାଇଚାରା ନଷ୍ଟ ହୋଇ ଗ୍ରାମ ଗଣ୍ଡଗୋଳ ଦିନକୁ ଦିନ ବଡିଚାଲିଥିଲା । ଏ ଖବର ପାଇ ଆଜି ସକାଳେ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର,ଏମଭି୭୯ ଥାନା ଅଧିକାରୀ ହରିଶ୍ଚନ୍ଦ୍ର ଗୋଲରୀ ଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ସଭ୍ୟ ସମିର ମିସ୍ତ୍ରୀ,ଉତମ ରାୟ,ଭୁବନପାଲି ପଚାଂୟତ ସରପଚଂ ସୁବା ମାଡକାମି,ପରିତୋଷ ସରକାର ପ୍ରମୁଖ ଙ୍କ ସହ ଗ୍ରାମମୁଖିଆ,ଗ୍ରାମବାସୀ ମାନେ ଏକ ବୈଠକ ଡାକି ଉଭୟ ଗୋଷ୍ଠିଙ୍କ ମଧ୍ୟରେ ଆପୋଷ ବୁଝାମଣା କରି ଏକ ଶାନ୍ତିକମିଟି ଗଠନ କରିଥିଲେ । ଏହି ବୈଠକ ରେ ଉଭୟ ଗୋଷ୍ଠି ଉପସ୍ଥିତ ରହି ଆଉ ଗ୍ରାମରେ ଗଣ୍ଡଗୋଳ କିମ୍ବା ଭାଇଚାରା ନଷ୍ଟ କରିବୁ ନାହିଁ ଶାନ୍ତି କମିଟିର ନିୟମକୁ ମାନିଚଳିବୁ ବୋଲି କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.