Home ଓଡ଼ିଶା ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ଓ ପୁଲିସର ଚଢଉ, ୧୦କୋଟି୨୦ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟ...

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ଓ ପୁଲିସର ଚଢଉ, ୧୦କୋଟି୨୦ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟ କରାଗଲା

37

ମାଲକାନଗିରି,୨୭ ।୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଜେଂଇ ଚାଷ ଚାଲିଥିବାର ଖବର ପାଇ ଜିଲ୍ଲାପାଳ ବୀଶାଲସିଂ, ଏସପି ପ୍ରହ୍ଲାଦ ସାଇ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଅଂଶୁମାନ ଦ୍ୱବେଦୀ ଓ ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅରୁଣ କୁମାର ପାଢୀ ଙ୍କ ନେତୃତ୍ୱରେ ମାଲକାନଗିରି ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ ହୋଇ ଯାଇଛି । ଆଜି ସକାଳେ ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ଓରେଙ୍ଗି,ଆରଏଏସି ୮,ଗୁଠାଂ ଓ୍ୟାର୍ଡା ପଚାଂୟତର ରାମପୁର, ହରିପୁର ପାହଡରୁ ୪୫ ଏକର ଜମିରୁ ୬୭,୫୦୦ଟି ଗଜେଂଇଗଛ କାଟି ବା ସହିତ ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ଗଜେଂଇ ଚାଷ ଉପରେ ଚିତ୍ରକୋଣ୍ଡା ଥାନା ପୁଲିସ ଓ ମାଲକାନଗରି, ନବରଙ୍ଗପୁର ଅବକାରି ବିଭାଗ ପକ୍ଷରୁ ଚଢଉ କରା ଯାଇଥିଲା । ଏହି ସବୁ ଗ୍ରାମ ନିକଟ ଜଙ୍ଗଲ ଜମିରେ ଚାଷ ହୋଇଥିବା ପ୍ରାୟ ୬୮ ଏକରରୁ ଉର୍ଦ୍ଦଜମିରୁ ୧୦୨୦୦୦ ରୁ ଗଜେଂଇଗଛ କାଟି ପୋଡି ନଷ୍ଟ କରାଯାଇ ଥିବାର ଜଣାପଡିଛି । ଏହି ଗଜେଂଇ ଗଛ ଗୁଡିକର ସରକାରି ମୂଲ୍ୟ ପ୍ରାୟ ୧୦କୋଟି୨୦ଲକ୍ଷ ଟଙ୍କାହେବ ବୋଲି ଜିଲ୍ଲାଅବକାରି ବିଭାଗ ସୁତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.