Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାଅବକାରି ବିଭାଗର ସଫଳତା, ୪୦ଲକ୍ଷଟଙ୍କାର ଗଜେଂଇ ସହ ପିକ୍‌ଅପ ଭ୍ୟାନ ଜବତ, ୩ଜଣ ଗିରଫ

ମାଲକାନଗିରି ଜିଲ୍ଲାଅବକାରି ବିଭାଗର ସଫଳତା, ୪୦ଲକ୍ଷଟଙ୍କାର ଗଜେଂଇ ସହ ପିକ୍‌ଅପ ଭ୍ୟାନ ଜବତ, ୩ଜଣ ଗିରଫ

60

ମାଲକାନଗିରି,୫ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା, ମାଲକାନଗିରି ଅବକାରୀ ଥାନା ପଦ୍ମଗିରି ପଚାଂୟତ ଛତିଶଗଡ ସୀମାନ୍ତ ସର୍ଗିଗୁଡା ଗ୍ରାମରେ ଚଢଉ କରି ଗୋଟିଏ ପିକଅପ ଭ୍ୟାନ ଓ ୭ଶହ କେଜି ଗଜେଂଇ ଜବତ ସହ ୩ଜଣ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ରବିବାର ରାତ୍ରରେ ପାଣ୍ଡ୍ରିପାଣି ଓ ପଦ୍ମଗିରି ଅଚଂଳରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୁତ୍ରରୁ ଜାଣିବାକୁ ପାଇଲେ ପଦ୍ମଗିରି ପଚାଂୟତ ଛତିଶଗଡ ସୀମାନ୍ତ ସର୍ଗିଗୁଡା ଗ୍ରାମରେ ଏକ ଗଜେଂଇ ବୋଝେଇ ଗାଡି ପହଁଚିଛି ଏହି ଗଜେଂଇ ଗୁଡିକ ଛତିଶଗଡ ରାଜ୍ୟକୁ ଚାଲାଣ ହେବା ପାଇଁ ଯୋଜନା ଚାଲିଛି । ଜିଲ୍ଲାଅବାକରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ଗଙ୍ଗା ପାଇକରାଏ,ସବଇନିସପେକ୍ଟର ଜଗାରାଓ,ସବଇନିସ୍ପେକ୍ଟର ଦିଲିପ ନାୟକ,ଏଏସଆଇ ଦିନେଶକୁମାର,କେ.ପି.ଖରା, ଓ କନେଷ୍ଟବଳ ଗୋବିନ୍ଦ ବଜାଂମି,ସିତାକାନ୍ତ ମହାନ୍ତି,ଜୁଲି ସା,କାହ୍ନୁ ମଲିକ,ପଣ୍ଡା ନାଗେଶ,ପି.କେ ନାୟକ,ସୁରେନ୍ଦ୍ର ମାଝି ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ରାତା ରାତି ଏକି ସ୍ୱତନ୍ତ୍ର ସ୍କାର୍ଡଟିମ ଗଠନ କରି ଛତିଶଗଡ ସୀମାନ୍ତ ମାଓପ୍ରବଣ ସର୍ଗିଗୁଡା ଗ୍ରାମଜଙ୍ଗଲ ନିକଟରେ ରାତ୍ରରେ ଜଗି ରହିଥିଲେ । ରାତ୍ର୧୨ଟାରେ ସେଠାରେ ଏକ ପିକଅପ ଭ୍ୟାନ ପହଁଚିଯିବାରୁ ଜଗିରହିଥିବା ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଗାଡିଟିକୁ ଘେରି ଯାଇ ଅଟକାଇଥିଲେ । ଗାଡିରେ ଥିବା ୫ଜଣଙ୍କ ମଧ୍ୟରୁ ୨ଜଣ ରାତ୍ରର ଅନ୍ଧାର ମଧ୍ୟରେ ଜଙ୍ଗଲରେ ଖସି ପଳାଇଥିବା ବେଳେ ୩ଜଣଙ୍କୁ ଗିରଫକରିବାରେ ସଫଳ ହୋଇଥିଲେ । ଗାଡିଟିକୁ ଜାଚଂ କରିବାରୁ ସେଥିରୁ ୭ କୁଇଂଟାଲ ଗଜେଂଇ ଥିବାର ଦେଖିବାକୁ ପାଇ ଗାଡି ସହ ଗଜେଂଇ ଜବତକରିଛନ୍ତି । ସେହି ଗଜେଂଇ ଗୁଡିକୁ ଚାଲାଣ କରିବା ପାଇଁ ନେଉଥିବା ସର୍ଗିଗୁଡା ଗ୍ରାମର ମୁୟାକବାସୀ,ଦଳପତି ଗୁଡା ଗ୍ରାମର ପଦ୍ମନ ପ୍ରଧାନି,ପଦ୍ମ ହରିଜନ ଙ୍କୁ ଗିରଫ କରାଯାଇ ଆଜିକୋର୍ଟ ଚାଲାଣ କରାଯାଇଛି,ଏହି ଗଜେଂଇ ଚାଲାଣର ମୁଖ୍ୟ ଅଭିଯୁକ୍ତ କଚେଲି ଗ୍ରାମର ଉଙ୍ଗା ମାଡି ଓ ଜିଲେନିଗୁଡା ଗ୍ରାମର ନରସିଂହ ମାଡି ବୋଲି ଗିରଫ ଅଭିଯୁକ୍ତ ମାନେ କହିଛନ୍ତି,ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ,ଜବତ ଗଜେଂଇ ଗୁଡିକର ସରକାରୀ ମୂଲ୍ୟ ୪୦ଲକ୍ଷଟଙ୍କା ଓ ଜବତ ଗାଡିର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ,ଏହି ଗଜେଂଇ ଚାଲାଣକାରି ଓ ଚୋରାବେପାରି ମାନଙ୍କ ଉପରେ ଚଢଉ ଜାରିରହିଛି ବୋଲି ଜିଲ୍ଲା ଅବକାରୀ ବିଭାଗ ସୁପୁରିଟେଣ୍ଡେଟଂ ଶ୍ରୀସେଠ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.