Home Coronavirus Outbreak କରୋନାରେ ଦମ୍ପତିଙ୍କ ମୃତ୍ୟୁ

କରୋନାରେ ଦମ୍ପତିଙ୍କ ମୃତ୍ୟୁ

72

ବଲାଙ୍ଗୀର, ୫-୧୦: (ଓଡ଼ିଆ ପୁଅ/)ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଦେଖିବାକୁ ମିଳିଛି ମହାମାରୀ କରୋନାର କରୁଣ ଚିତ୍ର। ସପ୍ତାହକ ମଧ୍ୟରେ କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି ଟିଟିଲାଗଡ଼ ଧର୍ମଶାଳା ରୋଡରେ ରହୁଥିବା ଦମ୍ପତି।

ସ୍ୱାମୀ (୭୩ ବର୍ଷ) ଓ ପତ୍ନୀ ଟିଟିଲାଗଡ଼ ଧର୍ମଶାଳା ରୋଡରେ ତାଙ୍କ ଘର। ଚାରି ପୁଅଙ୍କୁ ନେଇ ତାଙ୍କର ସଂସାର। ଗତ ସେପ୍ଟେମ୍ବର ଶେଷ ସପ୍ତାହରେ କରୋନାରେ ସଂକ୍ରମିତ ହେଲେ। ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗୀର କୋଭିଡ ଡାକ୍ତରଖାନାରେ ଭର୍ତି କରାଗଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ଅନିଲଙ୍କୁ ମଧ୍ୟ କରୋନା ସଂକ୍ରମଣ କରି ସାରିଥିଲା। ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଭର୍ତି କରାଯିବା ପରେ ଉନ୍ନତ ଚିକିତ୍ସା ପାଇଁ ରାୟପୁର ର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସପ୍ତାହକ ମଧ୍ୟରେ ଉଭୟ ବାପା ମାଙ୍କୁ ହରାଇ ଚାରି ପୁଅ ଭାଙ୍ଗି ପଡ଼ିଛନ୍ତି। ଟିଟିଲାଗଡ଼ ଗୁଜରାତି ସମାଜରେ ଏହି ଦମ୍ପତିଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.