Home ଜିଲ୍ଲା ପରିକ୍ରମା ମାଲକାନଗିରି କୋର୍ଟ ପରିସରରେ ବିଚାରଧୀନ କଏଦୀଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟଜଳ, ଶୌଚାଳୟ ଦାବିନେଇ ଆସନ୍ତା...

ମାଲକାନଗିରି କୋର୍ଟ ପରିସରରେ ବିଚାରଧୀନ କଏଦୀଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟଜଳ, ଶୌଚାଳୟ ଦାବିନେଇ ଆସନ୍ତା ୨୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ ଜିଲ୍ଲା ଓକିଲ ସଂଘ

494

ମାଲକାନଗିରି, ୨୪ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ ଥିବା ସାତଟି ଯାକ ଅଦାଲତ ପରିସରରେ ବିଚାରଧୀନ କଏଦୀ ଓ ତାଙ୍କ ସଂପର୍କୀୟ ମାନଙ୍କ ପାଇଁ ବିଶ୍ରାମଗୃହ, ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା ନଥିବାରୁ ତୁରନ୍ତ ଏହାର ବ୍ୟବସ୍ଥା କରାନଗଲେ ଆସନ୍ତା ୨୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବେ ବୋଲି ଜିଲ୍ଲା ଓକିଲ ସଂଘ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୨ଡିଗ୍ରୀ ଛୁଇଁଥିବାବେଳେ ଜିଲ୍ଲାରେ ଥିବା ବିଭିନ୍ନ କୋର୍ଟପରିସରରେ ବିଚାରଧୀନ କଏଦୀ କିମ୍ବା ସେମାନଙ୍କ ପରିବାରଙ୍କ ପାଇଁ ବିଶ୍ରାମ ଗୃହଟିଏ ନଥିବାରୁ ସେମାନେ ପ୍ରବଳ ଖରାରେ ୫ରୁ ୭ଘଣ୍ଟା ଧରି ଗାଡି ଭିତରେ ବସିବା ସହିତ ସେମାନଙ୍କ ପରିବାର ଲୋକେ ଖରାରେ କୋର୍ଟବାରଣ୍ଡାରେ ଘୁରିବୁଲିଥାନ୍ତି, ସେମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା କି ଶୌଚାଳୟଟିଏ ନଥିବାରୁ ସେମାନେ ବହୁତ ହଇରାଣ ହୋଇଥାନ୍ତି। ଏପରି କି ବାହରକୁ ଶୌଚକରିବାକୁ ଯିବା ବାହାନାରେ ଅନେକ ଥର ବିଚାରଧୀନ କଏଦୀ ପୁଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିଥିବାର ନଜିରରହିଛି। ଏ ସଂପର୍କରେ ମାଲକାନଗିରି ବାର ଏସୋସିଏସନ ପକ୍ଷରୁ ଗତ ୨.୩.୨୦୧୯ତାରିଖରେ ଜିଲ୍ଲା ପ୍ରଶାସନ କୁ ଚିଠିମାଧ୍ୟମରେ ଅବଗତ କରାଇଥିଲେ। ତାହା କାର୍ଯ୍ୟକାରି ନହେବାରୁ ଜିଲ୍ଲା ବାର ଏସୋସିଏସନ ପରିସରରେ ସଭାପତି ନୃସିଂହଚରଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ତୁରନ୍ତ ଏହାକୁ କାର୍ଯ୍ୟକାରି କରାନଗଲେ ଆସନ୍ତା ୨୬ ତାରିଖରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ କୋର୍ଟ ବର୍ଜନ କରି ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓକିଲ ସଂଘ ସଂପାଦକ ଲମ୍ବୋଧର ତୁର୍କ, ବିଜୁ ସରକାର, ହୃଷିକେଶ ପଣ୍ଡା, ରଥିକୃଷ୍ଣ ପାତ୍ର, ରାକେଶ ପଟ୍ଟନାୟକ, ପ୍ରକାଶଚନ୍ଦ୍ର ମହାନ୍ତି, ଅନିମେସ ଦାସ, ଶିଶିର ମହାପାତ୍ର, ଚିନ୍ମୟ ରାୟ, ରବିନ୍ଦ୍ର ନାଥ ମାଢି, ଦପ୍ତି ରଞ୍ଜନ ରଥ, ପ୍ରମୁଖ ଓକିଲ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.