Home ଓଡ଼ିଶା ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ ଉଦ୍ଭାବନ

ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ ଉଦ୍ଭାବନ

100

ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) କରୋନା ଭୂତାଣୁ (କୋଭିଡ-୧୯)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ। ଏହି ଭୂତାଣୁ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ବ୍ୟାପିଥାଏ। ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଓ ଶରୀରକୁ ସଫା ରଖିବା, ଜୀବାଣୁ ରହିବାର ଆଶଙ୍କା ଥିବା ବିଭିନ୍ନ ସ୍ଥାନକୁ ସଫା ରଖିବା ଅତ୍ୟନ୍ତ ଜରୁରି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁ।ନର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅଭିନବ ଧରଣର ହାତ ସଫା ସାନିଟାଇଜର ମେସିନ ତିଆରି କରିଛନ୍ତି। ସାନିଟାଇଜର କିମ୍ବା ହ୍ୟାଣ୍ଡ ୱାଶ ଲଗାଇବାକୁ ହେଲେ ଉକ୍ତ ମେଶିନକୁ ଗୋଡ଼ ଦ୍ୱାରା ପରିଚାଳିତ କରିହେବ। ଏହାକୁ ହାତରେ ସ୍ପର୍ଶ ନକରି ଗୋଡ଼ରେ ଚାପିଲେ ସାନିଟାଇଜର ହାତରେ ପଡ଼ିବ ଓ ଏଥିରେ ସଫା କରାଯାଇପାରିବ। ଏହି ଅଭିନବ ମେସିନ ଉପଯ୍ଧେଜ୍ଞ କରିବା ଦ୍ୱାରା ଦୂଷିତ ଜୀବାଣୁଯୁକ୍ତ ହାତରୁ ସଂକ୍ରମଣକୁ ପ୍ରତିରୋଧ କରାଯାଇପାରିବ। କାରଣ ସାନିଟାଇଜର ବୋତଲକୁ ବିଭିନ୍ନ ଲୋକ ହାତରେ ସ୍ପର୍ଶ କରିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ମାତ୍ର ଏହି ମେସିନ ଦ୍ୱାରା କେବଳ ଗୋଡ଼ ଜରିଆରେ ହାତକୁ ସାନିଟାଇଜ କରି ହେଉଥିବାରୁ ଏହି ଆଶଙ୍କାକୁ ଦୂର କରାଯାଇପାରିବ। କରୋନା ମୁକାବିଲା ଲାଗି ଏହି ଅଭିନବ ସାନିଟାଇଜର ମେସିନ ତିଆରି କରିବା ପାଇଁ ୮୦୦ ରୁ ୧ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି ମାଲକାନଗିରି ଶିଳ୍ପ ତାଲିମ ଅନୁ।ନର ଅଧ୍ୟକ୍ଷ ଇଂ.ରାଜେଶ ତ୍ରିପାଠୀ ପ୍ରକାଶ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.