Home ଓଡ଼ିଶା ମାରାତ୍ମକ ଟ୍ରୀମ୍ୟାନ ସିଂଡ୍ରୋମ ରୋଗରେ ପିଡିତା ୭ବର୍ଷର ଝିଅ ରାଜେଶ୍ୱରୀଙ୍କୁ ଚିକିତ୍ସା ନିମନ୍ତେ ଏମ୍ସ ହସପିଟାଲକୁ...

ମାରାତ୍ମକ ଟ୍ରୀମ୍ୟାନ ସିଂଡ୍ରୋମ ରୋଗରେ ପିଡିତା ୭ବର୍ଷର ଝିଅ ରାଜେଶ୍ୱରୀଙ୍କୁ ଚିକିତ୍ସା ନିମନ୍ତେ ଏମ୍ସ ହସପିଟାଲକୁ ପଠାଗଲା

333

ମାଲକାନଗିରି,୨୩ା୧(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେଓ୍ୟାର୍ଡା ଜିଲ୍ଲାରେ ଭୟାବହ ମାରାତ୍ମକ ଟ୍ରୀମ୍ୟାନ ସିଂଡ୍ରୋମ ରୋଗ ଦେଖାଦେଇଛି । ଏହି ମାରାତ୍ମକ ରୋଗରେ ଜଣେ ଗରିବ ଆଦିବାସୀ ପରିବାର ୭ବର୍ଷର ଝିଅ ରାଜେଶ୍ୱରୀ ଅସହ୍ୟ ଯନ୍ତ୍ରଣା ଭୋଗୁଥିବାର ଦେଖି ଗ୍ରାମର କିଛି ସହହୃଦୟ ବ୍ୟକ୍ତି ପ୍ରଥମେ ଦନ୍ତେଓ୍ୟାର୍ଡା ହସପିଟାଲରେ ଚିକିତ୍ସା ନିମନ୍ତେ ନେଇଭର୍ତି କରିଥିଲେ ।ସେଠାରେ ଚିକିତ୍ସାରେ କିଛି ସୁଫଳ ନ ମିଳିବାରୁ ଡାକ୍ତରମାନେ ରାୟପୁର ଏମ୍ସ ହସପିଟାଲକୁ ରାଜେଶ୍ୱରୀଙ୍କୁ ଉତମ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରିଦେଇଛନ୍ତି । ଏହି ରୋଗ ସଂପର୍କରେ ଆମେ ମାଲକାନଗିରି ଜିଲ୍ଲାହସପିଟାଲର ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡାକ୍ତର ସପନକୁମାର ଦିଣ୍ଡାଙ୍କୁ ପଚାରିବାରୁ ସେକହିଥିଲେ ଏହା ଏକ ସ୍ନାୟୁଜନିତ ରୋଗ ଏହି ରୋଗ ପ୍ରାୟ୧୦ହଜାର ଲୋକଙ୍କ ମଧ୍ୟରେ ଜଣଙ୍କୁ ହୋଇଥାଏ,ଏହା ଏକ ମାରାତ୍ମକ ଭୟାବହ ରୋଗ ଗଛର ଛେଲି ଭଳି ରୋଗିର ଦେହସାରା ମାଡିଯାଇ ଚମଡା କାଠଭଲି ଟାଣ ହୋଇଥାଏ,ଏହାର ଚିକିତ୍ସା ତୁରନ୍ତ କରାନଗଲେ ତାହା ମୁହଁ ଓ ମୁଣ୍ଡକୁ ଆକ୍ରାନ୍ତ କରି ରୋଗୀକୁ ବଦ୍ଧିରା କରିଦେଇ ଥାଏ । ଏହା କୁ ଠିକ ଭାବେ ଚିକିତ୍ସା କଲେ ରୋଗୀଭଲ ହୋଇଯାଇଥାଏ, ଏହା ସଂକ୍ରମିତ ରୋଗ ନୁହଁ କେବଳ ସେହି ରୋଗୀଦେହରେ ହିଁ ସଂକ୍ରମିତ ହୋଇ ଦେହ ସାରା ଗଛର ଛେଲିଭଳି ମାଡି ଯାଇ ସ୍ନାୟୁ ଗୁଡିକୁ ଦୃବଳ କରିଦେଇଥାଏ ବୋଲି ଡାକ୍ତର ଶ୍ରୀ ଦିଣ୍ଡା କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.