Home ଓଡ଼ିଶା ମହିଳାଙ୍କୁ ଯୁବକ ବିବାହ ପରେ ନିର୍ଯ୍ୟାତନା ଥାନାରେ ଅଭିଯୋଗ

ମହିଳାଙ୍କୁ ଯୁବକ ବିବାହ ପରେ ନିର୍ଯ୍ୟାତନା ଥାନାରେ ଅଭିଯୋଗ

517

ନୟାଗଡ/୨୩/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଅନେକ ଯାଗାରେ ପ୍ରେମ ବିବାହ ପରେ ପ୍ରେମିକ ମହିଳାଙ୍କୁ ନିଯ୍ରା୍ୟତନା ଦେବା ଯୋଗୁଁ ନିର୍ଯ୍ୟାତିତା ମହିଳା ଥାନାରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ଏକ ଘଟଣାକୁ ନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ରଣପୁର ପୋଲିସ୍ ଏକ ମାମଲା ଋଜୁ କରିଛି ଏବଂ ମହିଳାଙ୍କୁୁ ସେବା ଆଶ୍ରମକୁ ପଠାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରଣପୁର ଥାନା ପିମ୍ପଲ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ଓ ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲ୍ଲା ମଦନାପଲ୍ଲୀ ଗାଁର ଶ୍ରୀମତୀ ଲୀଳାବତି ପେଟା ବାଙ୍ଗାଲୋର ର ଏକ କମ୍ପାନୀରେ ସାଙ୍ଗ ହୋଇ କାର୍ଯ୍ୟ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିବା ପରେ ୨୦୧୯ ମସିହା ଜୁନ୍ ୧୮ ତାରିଖ ଦିନ ସେଠାକାର ସାଇବାବା ମନ୍ଦିରରେ ବିବାହ କରିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ଭାବେ ଘରଭଡା ନେଇ ସେଠାରେ ରହୁଥିଲେ ଏବଂ ଏହି ସମୟରେ ଲୀଳାବତୀ ଗର୍ଭବତୀ ହୋଇଥିବା କହିଛନ୍ତି ।

ପ୍ରଶାନ୍ତ କହୁଥିଲା ତା ମାଁ ର ଦେହ ସୁସ୍ଥ ହେଲାପରେ ଉଭୟ କୋର୍ଟ ମ୍ୟାରେଜ୍ କରିବେ । ୨୦୧୯ ମସିହା ଅକ୍ଟୋବର ୨୧ ତାରିଖରେ ଦୁହେଁ ମିଶିକରି ରଣପୁର ଥାନା ମହତପଲ୍ଲା ଗ୍ରାମ ପ୍ରଶାନ୍ତର ଭଉଣି ସ୍ୱର୍ଣ୍ଣଲତା ଆଉ ଟୁକୁନି ଘରେ ରହୁଥିଲେ । ସେଠାରେ ହିନ୍ଦୁ ଶାସ୍ତ୍ର ଅନୁସାରେ ଜଗନ୍ନାଥ ମନ୍ଦିରକୁ ଆଣି ଲୀଳାବତୀକୁ ସିନ୍ଦୁର ଦେଇ ପୁଷ୍ପମାଲ୍ୟ ଦେଇ ପୁନଃ ବିବାହ କରିଥିଲେ । ତାପରେ ଉଭୟ ବାଙ୍ଗାଲୋର ଚାଲିଯାଇଥିଲେ । ସେଠାରେ ପ୍ରଶାନ୍ତ ଧୋକା ଦେଇ ଓଡିଶା ଚାଲି ଆସିଥିଲା । ପଛେ ପଛେ ଅନ୍ୟ ଏକ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସି ପ୍ରଶାନ୍ତ ସହ  ମିଶିଥିଲା । ଭୁବନେଶ୍ୱର ନନ୍ଦନକାନନକୁ ପ୍ରଶାନ୍ତ, ଲୀଳାବତୀ ସହ ସ୍ୱର୍ଣ୍ଣଲତା ଆଉ ତା ପୁଅ ପିଣ୍ଟୁ ମିଶି ଯାଇଥିଲେ । ସେଠାରେ ପ୍ରଶାନ୍ତ ତାକୁ ବିବାହ କରିବା ନାହିଁ ବୋଲି କହି ଧମକ୍ ଦେଇଥିଲା ଏବଂ ୧ଲକ୍ଷ ଟଙ୍କା ସହ ମୋବାଇଲ, ଗହଣା ପତ୍ର ଓ ବିବାହ ସମୟର ଫଟୋ ନେଇ ଧୋକା ଦେଇ ଚାଲି ଆସିଥିଲା । ପୋଲିସ୍ ଅଭିଯୋଗ ପାଇଲା ପରେ ପ୍ରଶାନ୍ତ କୁମାର ପ୍ରଧାନ, ସ୍ୱର୍ଣ୍ଣଲତା ପ୍ରଧାନ, ଟୁକୁନି ଓ ପିଣ୍ଟୁ ନାମରେ ମାମଲା ଋଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.