Home କେନ୍ଦୁଝର ବିଜେପି ପକ୍ଷରୁ ସେବା ହିଁ ସଂଗଠନ କାର୍ଯ୍ୟକ୍ରମ

ବିଜେପି ପକ୍ଷରୁ ସେବା ହିଁ ସଂଗଠନ କାର୍ଯ୍ୟକ୍ରମ

35

ହାଟଡିହି- ୯ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ଭାରତୀୟ ଜନତାପାର୍ଟି ପକ୍ଷରୁ ସେବାହିଁ ସଂଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାତ୍ୟା ୟାସରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭାରତୀୟ ଜନତାପାର୍ଟି ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଆନନ୍ଦପୁରର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ହାଟଡିହି ମଣ୍ଡଳର ଠୁଣିଗାଁ, ପୋଡାସିଙ୍ଗଡିର ନୁଆସାହି, ମୁଣ୍ଡାସାହିରେ ବାତ୍ୟା କ୍ଷତିଗ୍ରସ୍ତ ମାନଙ୍କୁ ପଲିଥିନି, ଚୁଡା, ବିସ୍କୁଟ, ଚା, ଚିନି ଆଦି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଏହିକାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲ, ବରିଷ୍ଠ ନେତା ସୁଶାନ୍ତ ଜେନା, ରାଜକିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.