Home ଓଡ଼ିଶା ମାନସିକ ବିକାରଙ୍କ ଏକମାତ୍ର ସାହାରା ବସ୍ ଷ୍ଟପ୍ !

ମାନସିକ ବିକାରଙ୍କ ଏକମାତ୍ର ସାହାରା ବସ୍ ଷ୍ଟପ୍ !

162

ରାଉରକେଲା ୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ହେଉଛି ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି। ସହରବାସୀଙ୍କ ସୁବିଧା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଅନେକ ଗୁଡ଼ିଏ ଯୋଜନା ହାତକୁ ନିଆଯାଇ ଏହାର ସଫଳ ରୁପାୟନ ପାଇଁ ପ୍ରୟାସ ଜାରି ରହିଛି। ନିରାଶ୍ରୟଙ୍କ ପାଇଁ ଆଶ୍ରୟସ୍ଥଳୀ ପ୍ଲାଂଟ ସାଇଟ ଛକରେ ଅବସ୍ଥାପିତ ଅଛି ମାତ୍ର ଏଯାଏ ସହରର ଏଣେତେଣେ ଘୁରି ବୁଲୁଥିବା ମାନସିକ ବିକୃତ ପୁରୁଷ ଅବା ମହିଳାଙ୍କ ଥଇଥାନ ପାଇଁ ଆଶ୍ରୟସ୍ଥଳୀ ନଥିବାରୁ ସହରର ବିଭିନ୍ନ ବସଷ୍ଟପରେ ରାତି କାଟୁଛନ୍ତି ଏଭଳି ବ୍ୟକ୍ତିମାନେ। ସହରର ସେକ୍ଟର-୨ ବସଷ୍ଟପ, ସୁଶୀଳାବତୀ ସରକାରୀ ମହିଳା କଲେଜ ନିକଟବର୍ତି ୨ଟି ବସଷ୍ଟପ, ସେକ୍ଟର-୨୧ ଛକ ବସଷ୍ଟପ, ରାଉରକେଲା ମୁଖ୍ୟ ଡାକଘର ସମ୍ମୁଖ ବସଷ୍ଟପ, ବିଶ୍ରାଛକ, ରାଉରକେଲା ମ୍ୟୁନିସପାଲ କଲେଜ, ଛେଣ୍ଡ ପେଟ୍ରୋଲ ପମ୍ପ ବସ ଷ୍ଟପରେ ବିଭିନ୍ନ ଅଂଚଳରୁ ମାନସିକ ବିକୃତ ବ୍ୟକ୍ତି ମାନେ ରାଉରକେଲା ଆସି କୌଣସି ରାହା ନପାଇ ବସଷ୍ଟପକୁ ଆଶ୍ରୟସ୍ଥଳୀରେ ପରିଣତ କରିଛନ୍ତି। ସ୍ମରଣଯୋଗ୍ୟଯେ, ବିଗତ ୨ ବର୍ଷରୁ ଅଧିକ ସମୟ ହେବ ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକ ଠାରେ ଥିବା ବସଷ୍ଟପରେ ଜଣେ ଅଜଣା ବୃଦ୍ଧା ଆଜିଯାଏ ଅବସ୍ଥାନ କରି ଆସୁଛନ୍ତି। ବୃଦ୍ଧା ଜଣଙ୍କ ତେଲୁଗୁ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ, ଏଯାଏ ତାଙ୍କ ପରିଚୟ ମିଳି ପାରିନାହିଁ। ସେହି ବସଷ୍ଟପରେ ଏବେ କୁନା ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଆଜି ଦେଖିବାକୁ ମିଳିଛି। ସେ ପୁରୀରୁ ଆସିଛନ୍ତି ବୋଲି ପ୍ରକାଶ କରୁଥିଲେ ମଧ୍ୟ ତାଙ୍କ କଥାରେ କୌଣସି ତାଳମେଳ ରହୁନାହିଁ। ଏହିଭଳି ୨୫ରୁ ଉର୍ଦ୍ଧ ମାନସିକ ଚାପଗ୍ରସ୍ତ ବ୍ୟକ୍ତି ସହରର କୋଣ ଅନୁକୋଣରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଏଭଳି ମାନସିକ ବିକୃତ ବ୍ୟକ୍ତିମାନେ ରାସ୍ତାରେ ଯିବା ବେଳେ, ପଥଚାରୀ ତଥା ବାଇକ ଆରୋହୀଙ୍କ ପାଇଁ ବିପଦର କାରଣ ପାଲଟୁଛନ୍ତି। ସମୟ ସମୟରେ ହାତରେ ପଥର ଧରି ଲୋକ ମାନଙ୍କୁ ପିଙ୍ଗିବା ମଧ୍ୟ ନଜିର ରହିଛି। ମାନସିକ ବିକୃତ ମାନଙ୍କୁ ଧରିବା ପାଇଁ ପୁଲିସକୁ ମଧ୍ୟ କୌଣସି ବୁଦ୍ଧି ଦିଶୁନାହିଁ! ପ୍ରଶାସନ ମଧ୍ୟ ଏଦିଗରେ ସତେ ଯେପରି ନୀରବଦ୍ରଷ୍ଟା ସାଜିଛି। ଏଭଳି ମାନସିକ ବିକୃତ ବ୍ୟକ୍ତି ମାନେ ଝାଡଖଣ୍ଡର ରାଂଚି, ଛତିଶଗଡ଼, ବିଳାସପୁର, ମନୋହରପୁର ତଥା ଓଡ଼ିଶାର ଅଧିକାଂଶ ଅଂଚଳରୁ ଚାଲି ଆସୁଥିବା ଅନୁମାନ କରାଯାଉଛି। ରାତ୍ରୀ ସମୟରେ ମହିଳା ମାନସିକ ବିକୃତ ମାନେ ବସଷ୍ଟପରେ ଆଶ୍ରୟ ନେଉଥିବା ବେଳେ ଯୌନ ନିର୍ଯ୍ୟାତନାର ମଧ୍ୟ ଶୀକାର ହେଉଛନ୍ତି! ଏପରିସ୍ଥଳେ ରାଉରକେଲାରେ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପ୍ରଶାସନ ମାନସିକ ବିକୃତଙ୍କ ଥଇଥାନ ପାଇଁ ସମୟୋଚିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.