Home କେନ୍ଦୁଝର ଧର୍ମପରାୟଣା ମହିଳାଙ୍କ ପରଲୋକ

ଧର୍ମପରାୟଣା ମହିଳାଙ୍କ ପରଲୋକ

88

ହାଟଡିହି-୫ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଗ୍ରାମର ବିଜୟ କୁମାର ପଟ୍ଟନାୟକଙ୍କ ଧର୍ମପତ୍ନୀ ରମାମଣି ପଟ୍ଟନାୟକଙ୍କ ୭୭ବର୍ଷ ବୟସରେ ଗତକାଲି ରାତି ୧୧ଟା ୫୦ମିନିଟ ସମୟରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳାଭାବେ ସମଗଅ ଅଞ୍ଚଳରେ ପରିଚିତ ଥିଲେ । ସେ ଅଭିରାମ ପରମହଂସ ଦିକ୍ଷାରେ ଦିକ୍ଷିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁଅ ଭାଗ୍ୟବାନ ପଟ୍ଟନାୟକ, ଭାଗ୍ୟରବି ପଟ୍ଟନାୟକ, ଭାଗ୍ୟରତନ ପଟ୍ଟନାୟକ, ବୋହୁ କ୍ଷଣପ୍ରଭା, ଅନୁସୟା, ସଶ୍ମିତା ଓ ଭଣଜା ପ୍ରକାଶ ମହାପାତ୍ର, ଭଣଜାବୋହୁ ରୀନା ମହାପାତ୍ର, ଭାଣିଜୀ ପଦ୍ମାଳୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ଓରାଳି ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଆସି ୋଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.