Home ଉପ ନିର୍ବାଚନ ମାନସଙ୍କ ପାଇଁ ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ଭୋଟଭିକ୍ଷା

ମାନସଙ୍କ ପାଇଁ ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ଭୋଟଭିକ୍ଷା

34

ବାଲେଶ୍ୱର, ୩୦ା୧୦(ଓଡ଼ିଆ ପୁଅୟ/ଅଭୟ ଦାସ): ସଦର ବିଧାନସଭା ଆସନକୁ ପୁଣିଥରେ ଦଖଲକୁ ଆଣିବା ପାଇଁ ଚଳିତ ଉପ-ନିର୍ବାଚନରେ ବିଜେପି ପକ୍ଷରୁ ରୀତିମତ ପ୍ରଚେଷ୍ଟା ଚାଲିଥିବା ବେଳେ ବାଲେଶ୍ୱରବାସୀଙ୍କ ନିକଟତର ହୋଇଛନ୍ତି ଦଳର ହେଭିୱେଟ୍ ନେତା। ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ପ୍ରଶାସକ ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ସହରର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ମାନସଙ୍କ ପାଇଁ ପ୍ରଚାର କରିଛନ୍ତି। ପୌରାଞ୍ଚଳର ୨୯ ନଂ ୱାର୍ଡ଼ରେ ପଦଯାତ୍ରା ଓ କ୍ୟାମ୍ପେନିଂ କରିବା ଅବସରରେ ସ୍ଥାନୀୟ ଅଞ୍ଚଳରେ ଶାସକ ଦଳର ତଥାକଥିତ ବିକାଶ ଧାରାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଗତ ୨୦ ବର୍ଷ ପୂର୍ବରୁ ବାଲେଶ୍ୱରରେ ଜିଲ୍ଲାପାଳ ଥିବା ବେଳର ସ୍ଥିତି ଅନୁସାରେ ବିକାଶ କ୍ଷେତ୍ରରେ ସହର ବେଶ୍ ପଛରେ ଥିବା ସେ କହିଛନ୍ତି। ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀରେ ସ୍ଥାନୀୟ ପ୍ରଶାସନ ସମେତ ରାଜ୍ୟ ସରକାର ବିଫଳ ହୋଇଥିବା ସେ ଆରୋପ କରିଛନ୍ତି। ଅନ୍ୟପକ୍ଷରେ ଜଣେ ଦିଂବଗତ ବିଧାୟକଙ୍କ ପ୍ରତି ଶାସକ ଦଳ ବିଜେଡିର ନେତା ଓ ମନ୍ତ୍ରୀଙ୍କ ଅମାନବୀୟ ମନ୍ତବ୍ୟକୁ ନେଇ ଶ୍ରୀ ବୈଷ୍ଣବ ତୀବ୍ର ସମାଲୋଚନା କରିଥିଲେ। ତେବେ ସଦର ନିର୍ବାଚନମଣ୍ଡଳୀୟ ସର୍ବାଙ୍ଗିନ ଉନ୍ନତି ପାଇଁ ଏକମାତ୍ର ଯାଗ୍ୟପ୍ରାର୍ଥୀ ବିଜେପିର ମାନସ ଦତ୍ତଙ୍କୁ ଅଧିକ ସଂଖ୍ୟକ ଭୋଟରେ ଜିତାଇବା ନିମେନ୍ତ ସେ ଜନସାଧାଣଙ୍କୁ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.