Home ଓଡ଼ିଶା ରାସ୍ତା ଉପରେ ଛିଡା଼ ହୋଇଥିବା ବେଳେ ଜଳିଗଲା ୧୨ଚକିଆ ଟ୍ରକ, ଡ୍ରାଇଭର ହେଲପର ସୁରକ୍ଷିତ

ରାସ୍ତା ଉପରେ ଛିଡା଼ ହୋଇଥିବା ବେଳେ ଜଳିଗଲା ୧୨ଚକିଆ ଟ୍ରକ, ଡ୍ରାଇଭର ହେଲପର ସୁରକ୍ଷିତ

122

ହରିଚନ୍ଦନପୁର,ତା ୩୧ ଅକ୍ଟୋବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ନରଣପୁର-ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ନିକଟସ୍ଥ ଭାଇଭାଇ ଢ଼ାବା ନିକଟରେ ଏକ ୧୨ଚକିଆ ଟ୍ରକ ଜଳିଗଲା । ଖବର ଅନୁଯାୟୀ ଆଜି ସକାଳ ସମୟରେ ଏକ ୧୨ଚକିଆ ଟ୍ରକ(ଓଆର ୦୯ଏନ୍ ୬୨୩୧) ଲୁହାପଥର ବୋଝେଇ ନିମନ୍ତେ ଯୋଡ଼ା ଯାଉଥିଲା । ଭାଇଭାଇ ଢ଼ାବା ନିକଟରେ ଗାଡିଟିକୁ ଛିଡ଼ା କରି ଡ୍ରାଇଭର ଓ ହେଲପର ଚା’ ପିଉଥିବା ବେଳେ କୌଣସି କାରଣରୁ ଗାଡ଼ିଟିରେ ଅଚାନକ ନିଆଁ ଲାଗି ହୁତୁହୁତ ହୋଇ ଜଳିବାକୁ ଲାଗିଥିଲା । ଗାଡିଟିକୁ ଜଳିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୧ଘଣ୍ଟା ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଡ୍ରାଇଭର ହେଲପର ସୁରକ୍ଷିତ ଥିବା ବେଳେ ଗାଡିଟି ସର୍ଟସର୍କିଟ୍ କାରଣରୁ ଜଳି ଯାଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.