Home ଓଡ଼ିଶା ମାନବିକତାର ପରିଚୟ ଦେଲେ ଆଇ.ପି.ଏସ ଅଫିସର ରାଜେଶ ପଣ୍ଡିତ

ମାନବିକତାର ପରିଚୟ ଦେଲେ ଆଇ.ପି.ଏସ ଅଫିସର ରାଜେଶ ପଣ୍ଡିତ

213

ବାଙ୍ଗିରିପୋଷି ୧୭ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଲକ୍‌ଡାଉନ୍ ସମୟରେ ଅଧିକାଂଶ ସମୟରେ ପୁଲିସର କାଯ୍ୟକଳାପ ଉପରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଉଛି। କନ୍ତୁ ସମସ୍ତ ପୁଲିସ ସମାନ ନୁହନ୍ତ ବୋଲି ପ୍ରମାଣ କରି ଦେଖାଇଛନ୍ତି ଆଇ.ପି.ଏସ ଅଫିସର ରାଜେଶ ପଣ୍ଡିତ। ବିପଦରେ ପଡି ନିଜର ସ୍ୱାମୀ ଶବ ନିକଟରେ ପହଞ୍ଚିବାକୁ କାକୁତି ମିନତୀ ହେଉଥିବା ଥିବା ମହିଳାଙ୍କୁ ତାଙ୍କ ବାସ ସ୍ଥାନରେ ପହଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି ଆଇ.ପି.ଏସ ଅଫିସର ତଥା ଭଦ୍ରକ ଏସପି ରାଜେଶ ପଣ୍ଡିତ। ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବୁଢୀଖମାରୀ ଫଚାୟତ ଉଦାଳି ଗ୍ରାମ ମହିଳା ସାର ହାଃସଦା ଲକ୍‌ଡାଉନ୍ ପୂର୍ବରୁ କଟକ ସାରଙ୍ଗରେ କୁଲି କାମ କରୁ ଥିଲେ। ସ୍ୱାମୀ ଖେଲ ରାମ ହାଃସଦା ଅସୁସ୍ଥ ହୋଇ ଚିକିତ୍ସା ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଗତ ୧୩ ତାରିଖ ବୁଧବାର ମୃତ୍ୟୁ ବରଣ କରିଥିଲେ।କୁଲି କାମ କରୁଥିବା ତାଙ୍କ ପତ୍ନୀ ସାର ହାଃସଦା ସ୍ଥାନୀୟ ପ୍ରଶାସନକୁ କାକୁତି ମିନତୀ ହେଲେ ମଧ୍ୟ କେହି ଶୁଣି ନଥିଲେ। ସ୍ଥାନୀୟ ଜଣେ ପୁଲିସ ଅଧିକାରୀ ୧୫୦୦ ଟଙ୍କା ସାହାଯ୍ୟ କରିବାରୁ ସେ ଚାଲି ଚାଲି ଆସୁଥିବା ସମୟରେ ଜଣେ ଟ୍ରକ ଡ୍ରାଇଭର ସାହାଯ୍ୟ କରି ଭଦ୍ରକ ଠାରୁ ୨୦ କିଲୋମିଟର ଦୂରରେ ଛାଡି ଥିଲେ। ସେଠାରୁ ଚାଲି ଚାଲି ଆସୁଥିବା ସମୟରେ ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କ ନଜରକୁ ଆସିଲା ପରେ ଦୁଇଜଣ କନେଷ୍ଟବଳ ସହିତ ଏକ ଗାଡିରେ ବାଙ୍ଗିରିପୋଷି ଥାନା ପର୍ଯ୍ୟନ୍ତ ଏସପି ଛାଡିବାର ବ୍ୟବସ୍ଥା କରିଥିଲେ। ବାଙ୍ଗିରିପୋଷି ଥାନା ଅଧିକାରୀ ରାତି ୧୧ଟା ସମୟରେ ମହିଳାଙ୍କ ଘରେ ଛାଡିଥିଲେ ମଧ୍ୟ ସେତେ ବେଳକୁ ମୃତ ସ୍ବାମୀଙ୍କ ଶବ ସସ୍କାର କାର୍ଯ୍ୟ ଶେଷ ହୋଇଯାଇଛି ଥିଲା। ଏସପିଙ୍କ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.