Home ଓଡ଼ିଶା ମାତ୍ର ୫ ଟଙ୍କାରେ କରନ୍ତୁ ଇନଭେଷ୍ଟ

ମାତ୍ର ୫ ଟଙ୍କାରେ କରନ୍ତୁ ଇନଭେଷ୍ଟ

384

ନୂଆଦିଲ୍ଲୀ,୩୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଗାମୀ ସମୟରେ ଆପଣମାନେ କେବଳ ମାତ୍ର ୫ ଟଙ୍କାରେ ହିଁ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) କରିପାରିବେ। ଡିଜିଟାଲ ଟାଇଅପ ଏବଂ ମ୍ୟୁଚୁଆଲ ଫଣ୍ଡର ପ୍ରବେଶ ସୁବିଧା ବଢାଇବା ପାଇଁ ମ୍ୟୁଚୁଆଲ ଫଣ୍ଡ କମ୍ପାନୀର ସଂଗଠନ AMFI ନିଜର ପ୍ରମାଣପତ୍ରରେ ବର୍ତ୍ତମାନ ୨୫ ଲକ୍ଷ କୋଟି ଟଙ୍କାର AUM ର ଚାରି ଗୁଣା ବଢାଇ ୧୦୦ ଲକ୍ଷ କୋଟି ଟଙ୍କା ପର୍ଯ୍ଯନ୍ତ ପହଞ୍ଚାଇବାର ଆଶା ରଖିଛି।

AMFI ର ଚିଫ୍ ଏଗ୍ଜିକ୍ଯୁଟିଭ ଏନଏସ ଭେଙ୍ଗଟେଶଙ୍କ କହିବା ଅନୁଯାୟୀ ଟେକ୍ନୋଲୋଜି ସାହାଯ୍ୟରେ ୫ ଟଙ୍କାର SIP ସହଜ ହେବ। ଆଧାର ସାହାଯ୍ଯରେ ଛୋଟ ଛୋଟ ସହରର ଲୋକମାନେ ମ୍ୟୁଚୁଆଲ ଫଣ୍ଡ ସହ ଯୋଡି ହେବା ସହଜ ହୋଇପାରିବ ଏବଂ ଲୋକମାନଙ୍କୁ ମ୍ୟୁଚୁଆଲ ଫଣ୍ଡରେ ଭରସା କମ ହେବ ନାହିଁ। ଏହି ସୁବିଧା ଆଗାମୀ ୮ ରୁ ୧୦ ମାସ ମଧ୍ଯରେ ଆରମ୍ଭ ହେବାର ଆଶା ରଖାଯାଇଛି। ମ୍ୟୁଚୁଆଲ ଫଣ୍ଡରେ ୧୫ ପ୍ରତିଶତ ସେୟାର ଛୋଟ ସହରରେ ହେବ। ଏହି ଲକ୍ଷ୍ଯକୁ ଆସୁଥିବା ବର୍ଷରେ ବଢାଇ ୩୦ଳ ପ୍ରତିଶତ କରିବାର ଲକ୍ଷ୍ଯ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.