Home ଜିଲ୍ଲା ପରିକ୍ରମା ଦୀର୍ଘବର୍ଷର ପ୍ରତିକ୍ଷାପରେ ସୀମାନ୍ତ ମୋଟୁ ସେତୁ ଉଦଘାଟନ,ଚାରି ରାଜ୍ୟକୁ ସଡକପଥରେ ସଂଯୋଗ

ଦୀର୍ଘବର୍ଷର ପ୍ରତିକ୍ଷାପରେ ସୀମାନ୍ତ ମୋଟୁ ସେତୁ ଉଦଘାଟନ,ଚାରି ରାଜ୍ୟକୁ ସଡକପଥରେ ସଂଯୋଗ

153

ମାଲକାନଗିରି,୨୭ା୨(ଓଡିଆ ପୁଅ ) ଦୀର୍ଘବର୍ଷର ପିରତୀକ୍ଷା ଆଜି ଶେଷହୋଇଛି, ଆନ୍ଦ୍ରପ୍ରଦେଶ ଓଡିଶା ଦୁଇରାଜ୍ୟର ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ମିଳିତଭାବେ ସୀମାନ୍ତ ମୋଟୁ ସିଲେରୁ ନଦୀର ସେତୁ ଉଦଘାଟିତ ହୋଇଯାଇଛି । ଓଡିଶା,ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା,ଛତିଶଗଡ ଚାରଟି ରାଜ୍ୟ କୁ ସିଧାସଳଖ ଭାବେ ସଡକପଥରେ ସଂଯୋଗ ନିମନ୍ତେ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ସିଲେରୁ ନଦୀ କାଲେରୁ ଠାରେ ଆନ୍ଦ୍ରସରକାରଙ୍କ ଦ୍ୱାରା ୩୦କୋଟି ଟଙ୍କାବ୍ୟୟରେ ନିର୍ମାଣ ହୋଇଥିବା ସେତୁ ଗତ ଏକ ବର୍ଷରୁ ଉର୍ଦ୍ଦକାମ ସରିଯାଇଥିଲେ ମଧ୍ୟ ତାହାକୁ ଓଡିଶା ସରକାର କି ଆନ୍ଦ୍ର ସରକାର କିଏ ଉଦଘାଟନ କରିବେ ସେନେଇ କିଛି ନିସ୍ପତି ନିଆ ଯାଇନଥିବାରୁ ଏହା ଉଦଘାଟିତ ହୋଇ ନଥିବାରୁ ସେତୁ ଉପରେ ଯାନବାହନ ଚଳାଚଳ ହୋଇପାରୁ ନଥିଲା,ଏ ନେଇ ଆନ୍ଦ୍ର ଓଡିଶା ସରକାରଙ୍କୁ ଅଚଂଳବାସୀ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଦୁଇରାଜ୍ୟର ଜିଲ୍ଲାପ୍ରଶାସନ କିଛି ଗୁରୁତ୍ୱ ଦେଉନଥିବାରୁ ଗତ ତାରିଖରେ ଆନ୍ଦ୍ରପ୍ରଦେଶ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦଳର ରାଜନୈତିକ ନେତା,ଲୋକପ୍ରତିନିଧି,ମୋଟୁ ଅଚଂଳବାସୀ,ଶତାଧିକ ଜନସାଧାରଣ ଏହି ସେତୁ ଉପରେ ୧୨ଘଟିଂଆ ଧାରଣା ଦେଇ ତୁରନ୍ତ ସେତୁ ଉଦଘାଟନ କରି ଯାନବାହନ ଚଳାଚଳଆରମ୍ଭ କରିବା ପାଇଁ ଦାବିକରିଥିଲେ । ଜନସାଧାରଣଙ୍କ ଦାବ ିଅନୁସାରେ ଆଜି ଏହି ସେତୁ ଟି ଲୋକାର୍ପିତ ହୋଇଛି । ପ୍ରଥମେ ଓଡିଶା ମୋଟୁ ପାଶ୍ୱର୍ରେ ଏହି ସେତୁ ଓ ମୋଟୁ ଚିନ୍ତୁର କୁ ସଂଯୋଗୀକରଣ ରାସ୍ତାକୁ ସାଂସଦ ରମେଶ ଚନ୍ଦ୍ର ମାଝୀ,ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲା ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟ କ୍ଷ ମାନସ ମାଡକାମୀ,କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢୀ,ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,କାଲିମେଳା ବିଡିଓ ପ୍ରମୁଖ ଅଦିକାରୀ ଓ ରାଜନେତା ମାନେ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଆନ୍ଦ୍ରପ୍ରଦେଶ କାଲେରୁ ପାଶ୍ୱର୍ରେ ଆନ୍ଦ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ପୁବ ର୍ଗୋଦାବରୀ ଜିଲ୍ଲା ପ୍ରଶାସନିକ ଅଧିକାରୀ ଡି.ଚକ୍ରରେଡୀ ଓ ଅନ୍ୟାନ ଅଧିକାରୀ ଓ ମାଲକାନଗିରି ଜିଲ୍ଲାର ରାଜନେତା ଅଧିକାରୀ ମାନେ ଉପସ୍ଥିତ ରହି ସିଲେରୁ ନଦୀର କାଲେରୁ ସେତୁ କୁ ଉଦଘାଟନ କରି ଏକତ ସାଧାରଣସଭାରେ ଉଦବୋଧନ ଦେଇଥିଲେ । ହେି ଅବସରେ ପୁବ ର୍ଗୋଦାବରୀ ଜିଲ୍ଲାପ୍ରଶାସନ ପ କ୍ଷରୁ ମାଲକାନଗିରି ଜିଲ୍ଲାପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କୁ ଉପଢୌ÷କନ ଓ ସିଲ୍ଡ ଦେଇ ସମ୍ମାନିତ କରିଥିଲେ ।ଏହି ସେତୁ ଉଦଘାଟିତ ହୋଇ ଯାଇଥିବାରୁ ଓଡିଶା, ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା ,ଛତିଶଗଡରାଜ୍ୟ କୁ ସଡକ ପଥରେ ସିଧାସଳଖ ଭାବେ ସଂଯୋଗିକରଣ ହେବାସହିତ ବିଜୟାଓ୍ୟାର୍ଡା ରାଚିଂ ମାଓବାଦୀ କରିଡର ରାସ୍ତା କାମମଧ୍ୟ ତ୍ୱାରାନିତ ହୋଇପାରିବ । ଆନ୍ଦ୍ରପ୍ରେଦଶର ହାଇଦ୍ରାବାଦ,ଭଦ୍ରାଚଂଳମ, ସିମାଚଂଳମ, ବିଶାଖାପାଟଣା ସହର ନିକଟତର ହେବାସହିତ ଚାରଟିରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଉନ୍ନତିଘଟିବ,ଓଡିଶାର ଶେଷସୀମା ମାଲକାଗିରିଜିଲ୍ଲା ମୋଟୁଠାରେ ସାବେରୀ ଓ ସୁଲେରୁ ନଦୀ ଜଳ ମିଶ୍ରିତ ହୋଇ ଏଠାରୁ ଚିନାଗୋଦାବରୀ ନାମକ ଆଉ ଏକ ନୂତନ ନଦୀ ସୃଷ୍ଟିହୋଇ ଆନ୍ଦ୍ରପ୍ରଦେଶକୁ ପ୍ରଭାବିତ ହୋଇଛି । ଏହି ସବୁ ନଦୀ ଯୋଗୁଁ ଓଡିଶା ରାଜ୍ୟ ସହିତ ଚାରୋଟି ରଜ୍ୟ ସଡକପଥରେ ଯୋଗା ଯୋଗ ବିଛିନ୍ନ ହୋଇପଡିଥିବାରୁ ପ୍ରଥମେ ଓଡିଶା ସରକାର ଛତିଶଗଡ ସୀମାନ୍ତକୁ ଲାଗିଥିବା ସାବେରୀ ନଦୀରେ ଏକ ପୋଲ ନିର୍ମାଣପାଇଁ ସର୍ଭେ କରିଥିଲେ । ମାଲକାନଗିରି ପୁର୍ତ ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚକରା ଯାଇ ୨୦୦୯ ମସିହାରୁ ପ୍ରାୟ ୬ଥର ମାଟି ପରୀକ୍ଷା କରାଯାଇ ୩ଥର ଟେଣ୍ଡର ଡକା ଯାଇଥିଲେ ମଧ୍ୟ ମାଓପ୍ରବଣ ହୋଇଥିବାରୁ ମୋଟୁସେତୁ ର ଟେଣ୍ଡର କେହି ପକାଇନଥିଲେ । ପରବର୍ତି ସମୟରେ ୨୦୧୩ ମସିହାରେ ସିଲେରୁ ନଦୀରେ ଆନ୍ଦ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ୧୭କୋଟି ଟଙ୍କାବ୍ୟୟରେ ୨୫୦ ମିଟର ଲମ୍ବର ଏକ ସେତୁ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇ ଏହା ୩୦କୋଟି ଟଙ୍କାକୁ ବୃଦ୍ଧିପାଇଥିଲା । ଏହି ସେତୁ ଉପରେ ଯାନବାହନ ଚଳାଚଳ ଆରମ୍ଭ ହୋଇଯାଇଥିବାରୁ ବିଜୟାଓ୍ୟାର୍ଡା ରାଚିଂ ଜାତୀୟପଥ ସଂଯୋଗିକରଣରେ ସୁବିଧା ହେବାସହିତ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ,ଓଡିଶା ୪ଟି ରାଜ୍ୟକୁ ସଡକ ପଥରେ ସିଧାସଳଖ ଭାବେ ସଂଯୋଗ ହୋଇ ବେପାର ବାଣିଜ ଠାରୁ ଆରମ୍ଭକରି ସୀମାନ୍ତ ବର୍ତି ଜିଲ୍ଲାଗୁଡିକର ଅନେକ ଆର୍ଥିକ କ୍ଷେତ୍ରରେ ଉର୍ନତି ଘଟିବ । ମୋଟୁଠାରେ ସାବେରୀ ଓ ସିଲେରୁ ନଦୀଘାଟରେ ଡଙ୍ଗାରେ ବିପଦସଙ୍କୁଳ ଜଳ ଯାତ୍ରାରୁ ଲୋକମାନେ ରକ୍ଷା ପାଇପାରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.