Home କୋରାପୁଟ ରେଡକ୍ରସ ଓ ସିଏମଆରଏଫରୁ ଆର୍ଥିକ ସହାୟତା ପ୍ରଦାନ

ରେଡକ୍ରସ ଓ ସିଏମଆରଏଫରୁ ଆର୍ଥିକ ସହାୟତା ପ୍ରଦାନ

28

କୋରାପୁଟ ୧୭-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ରେଡକ୍ରସ ତରଫରୁ  ୨ ଜଣଙ୍କୁ  ଜିଲ୍ଲପାଳଙ୍କ ଅନୁମୋଦନ ପରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।ନାରାୟଣପାଟଣା ବ୍ଲକର ପ୍ରତାପ ହିଆଲଙ୍କ ପୁତ୍ର କଲେଜରେ ପାଠପଢିବା ନିମନ୍ତେ୫  ହଜାର ଟଙ୍କା ପ୍ରଦାନ କରାଯାଇଥିବା  ଜଣାପଡିଛି ।ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ   ୫  ହଜାର ଟଙ୍କାର ଏକ ଚେକକୁ ଶ୍ରୀ ହିଆଲଙ୍କୁ ପ୍ରଦାନ କରିଥିଲେ ।ସୁନାବେଡା ମ୍ୟୁନସିପାଲଟି ଅନ୍ତର୍ଗତ ଚର୍ଚ୍ଚ କଲୋନୀର ସୋଦାମଣି ବାଘଙ୍କୁ ମେଡିସିନ କ୍ରୟ ନିମନ୍ତେ୫  ହଜାର ଟଙ୍କା ପ୍ରଦାନ କରାଯାଇଥିବା  ଜଣାପଡିଛି ।ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ୫  ହଜାର ଟଙ୍କାର ଏକ ଚେକକୁ ସୁଦାମଣିଙ୍କୁ ପ୍ରଦାନ କରିଥିଲେ ।ବିଭାଗୀୟ ଅଧିକାରୀ ପି.କେ.ସାମଲ ଚେକ ପ୍ରଦାନ ବେଳେ ଉପସ୍ଥିତ ଥିଲେ ।କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ପୁକିଆଗୁଡାର ରତି ମୁଦୁଲିଙ୍କ ଥଇଥାନ ନିମନ୍ତେ ସିଏମଆରଏଫରୁ ୧୫ ହଜାର ଟଙ୍କାର ଏକ ଚେକ ପ୍ରଦାନ କରାଯାଇଥିବା ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.