Home ଜିଲ୍ଲା ପରିକ୍ରମା ମାଣବସାରେ ମହାଲକ୍ଷ୍ମୀ ପୂଜା ପାଇଁ ସବୁଠି ଉତ୍ସବମୂଖର

ମାଣବସାରେ ମହାଲକ୍ଷ୍ମୀ ପୂଜା ପାଇଁ ସବୁଠି ଉତ୍ସବମୂଖର

59

ନୟାଗଡ଼, ୧୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାର ଗାଁ ଠାରୁ ସହର ପର୍ଯ୍ୟନ୍ତ ଘରେ ଘରେ ମାଣବସା ପର୍ବ ପାଳନ ହୋଇଯାଇଛି। ଓଡ଼ିଆ ମାନଙ୍କର ବଡ଼ପର୍ବ ମାର୍ଗଶୀର ମାସ ଶେଷ ଗୁରୁବାରଟି ମହାଲକ୍ଷ୍ମୀ ପୂଜା ଭାବେ ପାଳନ ହୋଇ ଆସୁଥିବାବେଳେ ଗୃହିଣୀମାନେ ଏହି ମାଣବସା ପର୍ବକୁ ଅତି ନିଷ୍ଠାର ସହ ପାଳନ କରିଥିବା ଦେଖିବାକୁ ମିଳିଛି। ଗୃହିଣୀମାନେ ବୁଧବାର ରାତିରୁ ଘରଦ୍ୱାର ଲିପାପୋଛା କରି ଝୋଟି ପକାଇ ଘରଦ୍ୱାର ସୁନ୍ଦରଭାବେ ସାଜ୍ଜସଜ୍ଜା କରି ଶତଦଳ ପଦ୍ମ ଏବଂ ଲକ୍ଷ୍ମୀଙ୍କର ପାଦ ନୂତନ ଚାଉଳରେ ପିଠଉରେ ଅଗଣା ଓ କାନ୍ଥରେ ପକାଇବା ସହିତ ମାଣବସାରେ କୋଠି ଲେଖି ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ରୂପେ ନୂତନ ଧାନକୁ ଭରି ନୂତନ ବସ୍ତ୍ର ଏବଂ ଚନ୍ଦନାଦି ଖଙ୍କୁଲି ବା ପିଢାରେ ରଖି ପୂଜା କରିଥାନ୍ତି। ମାଣ ବସାଇବା ପୂର୍ବରୁ ସେ ମାଣଟିକୁ ଧୋଇ ନାଲି ମାଟିରେ ସୁନ୍ଦର କରି ଲିପି ସେଥିରେ ଚିତା ପକାଇ ନୂଆ ଚାଉଳରେ ବିଭିନ୍ନ କିସମର ପିଠାପଣା କରି ଗୃହିଣୀମାନେ ନୈବେଦ୍ୟ ବାଢିଥିବା ପରମ୍ପରା ରହିଛି। ପାହାନ୍ତାରୁ ଉଠି ଗୃହିଣୀମାନେ ମାଣବସାରେ ମାଣ ବସାଇ ପୂଜାପାଠ କରି ମା’ଲକ୍ଷ୍ମୀଙ୍କର ପୌରାଣିକ ତଥ୍ୟ ଆଧାରିତ ମାଣବସା ବହି ପଢି ମା’ଲକ୍ଷ୍ମୀଙ୍କୁ ଆରାଧନା କରିବା ଓଡ଼ିଆ ଘରେ ଘରେ ଧାର୍ମିକ ପରିବେଶ ସୃଷ୍ଟି କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.