Home ଜିଲ୍ଲା ପରିକ୍ରମା ନୟାଗଡ଼ : ହାତ ପାଆନ୍ତାରେ ହିତାଧିକାରୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା

ନୟାଗଡ଼ : ହାତ ପାଆନ୍ତାରେ ହିତାଧିକାରୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା

32

ନୟାଗଡ଼, ୧୫ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ପିଟିଏସ୍ ଗ୍ରାଉଣ୍ଡ ଠାରେ ବିଜୁ ସ୍ମାର୍ଟ ବଂଟନ କରିଥିଲାବେଳେ ପରବର୍ତ୍ତୀ ସମୟରେ ଜିଲ୍ଲାର ବିଭିନ୍ନ ପଂଚାୟତରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ଦଶପଲ୍ଲା ବିଧାୟକ ତଥା ଜିଲ୍ଳା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ବିଜୁ ସ୍ମାର୍ଟ କାର୍ଡ଼ ହିତାଧିକାରୀଙ୍କୁ ବଂଟନ କରିଛନ୍ତି। ହିତାଧିକାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ହାତ ପାଆନ୍ତାରେ ପାଇ ଉତ୍ସାହିତ ହୋଇଥିବାବେଳେ ଅଭାବ ଅନାଟନ ପାଇଁ ହିତାଧିକାରୀଙ୍କ ସେବାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଲୋକ ବର୍ତ୍ତିକା ଦେଖାଇବ ବୋଲି ନେତୃତ୍ୱମାନେ କହିଛନ୍ତି। ଏହି ପରିପ୍ରେକ୍ଷିରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ପ୍ରଦାନ କରିଛନ୍ତି। ନୟାଗଡ଼ ବ୍ଳକର ବିରୁଡ଼ା ପଂଚାୟତ, ଇଟାମାଟି ପଂଚାୟତ, ବାଉଁଶିଆପଡ଼ା ପଂଚାୟତ, ବଡ଼ପଣ୍ଡୁସର, ଜହ୍ନିପଦା, ଚମ୍ପତିପୁର, ନାଟୁଗାଁ ପଂଚାୟତ ଏବଂ ଓଡ଼ଗାଁ ପଂଚାୟତର ସୁନାମୁହିଁ, ଗିରଡ଼ିପଲ୍ଲୀ, କୁରାଳ, କୋମଣ୍ଡ, ରୋହିବାଙ୍କ, ରଙ୍ଗଣୀପାଟଣା, ପନ୍ତିଖାରୀ, ପାଣ୍ଡେରିପଡ଼ା, ରବିଗାଡ଼ିଆ ଓ ଓଡ଼ଗାଁ ଏନଏସି ଆଦିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କୋଟି କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦ୍‌ଘାଟନ କରିବା ସହିତ ସ୍ୱାସ୍ଥ୍ୟକାର୍ଡ଼ ବଂଟନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.