Home ଜିଲ୍ଲା ପରିକ୍ରମା ମାଡି ବସୁଛନ୍ତି ରାଜ୍ୟ ରାଜପଥ କଡ

ମାଡି ବସୁଛନ୍ତି ରାଜ୍ୟ ରାଜପଥ କଡ

139

ଭଦ୍ରକ ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁ ଗହଳିରେ ଥିବା ସରକାରୀ ଗୋଚର, ପତିତ, ଅନାବାଦୀ ଆଦି ଜାଗାକୁ ଜବରଦଖଲ କରି ଲୋକେ ରଖୁଥିବାବେଳେ ଏବେ ଏହି ଜବରଦଖଲ ତରିକା ରାଜରାସ୍ତାକୁ ଡେଇଁଛି । ବିଭିନ୍ନ ଗାଁ ଓ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାକଡରେ ଥିବା ପାଣିନାଳ, ନଇଁଜୁଡି ଓ ଅନାବାଦୀ ଗୁଡିକ ଆଉ ସୁରକ୍ଷିତ ନାହିଁ । ଏହି ସରକାରୀ ଜାଗା ପଛକୁ ଥିବା ବ୍ୟକ୍ତିଗତ ପ୍ଲଟ୍‌ର ମାଲିକ ମାନେ କବଜା କରି ରଖିଛନ୍ତି । କବଜା କରିବାର ତରିକା ମଧ୍ୟ ନୂଆ ପ୍ରକାର । କିଏ ପ୍ରଥମେ ବାଉଁଶ ଖଣ୍ଡେ ପୋତି ଜାଲ ଘେରାଇ ଗଛପତ୍ର ଲଗେଇ ଦେଉଛି । ପରେ ପ୍ରତିବାଦ ନହେଲେ ପକା ଖୁଣ୍ଟ ଓ ତାରବାଡ ଘେରାଇ ନିଜ ଦଖଲକୁ ନେଇଯାଉଛି । ରାସ୍ତା କଡରେ ଜଳ ନିଷ୍କାସନ ପାଇଁ ଥିବା ନାଳକୁ ମଧ୍ୟ ପୋତି ଦେଇ ଏମାନେ ନିଜ ଦଖଲରେ ରଖୁଛନ୍ତି । ଏ ତ ଗଲା ଗାଁ ଗହଳିର ଜବରଦଖଲକାରୀଙ୍କ ତରିକା । ହେଲେ ଏହି ଜବରଦଖଲ ଏବେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଦୁଇକଡରେ ଥିବା ଜମି ଓ ଘର ମାଲିକମାନଙ୍କୁ ଗ୍ରାସ କରିଛି । ଏମାନେ ନିଜ ଘର ତିଆରି କଲାବେଳେ ସାମ୍ନାକୁ ଜାଗା ନରଖି ସରକାରୀ ଜାଗାକୁ ମାଡି ବସୁଛନତି ଏବଂ ସମୟ କ୍ରମେ ଏହି ଜାଗାକୁ ନିଜ ଅକ୍ତିଆରକୁ ନେଉଛନ୍ତି । କିଏ ବାଉଁଶ ବାଡ ବୁଜେ ତ ଆଉ କିଏ ତାର ବାଡ ଘେରାଇ ରାଜରାସ୍ତା କଡକୁ ନିଜ ଅକ୍ତିଆରରେ ରଖୁଛନ୍ତି । ଖାଲି ସେତିକି ନୁହେଁ ରାସ୍ତା ଦୁଇକଡରେ ଥିବା ନଇଁଜୁଡି ଆଉ ନାହିଁ । ରାସ୍ତା କଡରେ ଘର କରିଥିବା ବ୍ୟକ୍ତିମାନେ ଏହି କାଡା ନାଳକୁ ସଂପୂର୍ଣ୍ଣ ପୋତି ପକାଇଛନ୍ତି । ଯାହାଫଳରେ ଜଳ ନିଷ୍କାସନରେ ବାଧା ମଧ୍ୟ ଉପୁଜିଛି । ଦିନକୁ ଦିନ ଏହି ଜବରଦଖଲକାରୀଙ୍କ ସଂଖ୍ୟା ବଢୁଥିବାବେଳେ ଏଥିପ୍ରତି ରାଜସ୍ୱ ବିଭାଗର ନଜର ନାହିଁ । ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି-ରାଢଙ୍ଗ ଠାରୁ ପୀରହାଟ ପର୍ଯ୍ୟନ୍ତ ରାସ୍ତା କଡର ବିଭିନ୍ନ ଜାଗାରେ ପକ୍କା ଖୁଣ୍ଟ ଓ ତାର ବାଡ ଘେରାହ ଯାଇଥିବାବେଳେ ରାଜରାସ୍ତା କଡରେ ଘର ନିର୍ମାଣ କରାଯାଇ ବେପାର କରୁଛନ୍ତି । ମୋଟାମୋଟି କହିବାକୁ ଗଲେ ରାଜରାସ୍ତାର ସୁରକ୍ଷା ଓ ସ୍ଥାୟୀତ୍ୱ ଉପରେ କେହି ଦୃଷ୍ଟି ଦେଉନଥିବାବେଳେ ଏପରି ଜବରଦଖଲ ବୃଦ୍ଧି ପାଉଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.