Home ଜିଲ୍ଲା ପରିକ୍ରମା ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

133

ଭଦ୍ରକ ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ଲୋକମାନଙ୍କ ଉନ୍ନତି ପାଇଁ ସରକାର ଅନେକ ଆଇନ୍ ପ୍ରଣୟନ କରିଚାଲିଛନ୍ତି । କିନ୍ତୁ ଲୋକମାନେ ସେ ସବୁକୁ ବେଖାତିର କରି ନିଜର ମନମାନି କରିବାରେ ଲାଗିଛନ୍ତି । ବାଲ୍ୟ ବିବାହ ଲୋପ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ବୟସରେ ବିବାହ କରିବା ପାଇଁ ଆଇନ୍ ପ୍ରଣୟନ ହୋଇଥିଲେ ମଧ୍ୟ ଲୋକ ମାନଙ୍କ ବେପରୁଆ ମନୋଭାବ ଯୋଗୁଁ ଲୁଚାଛପାରେ ଚାଲିଛି ଏପରି କଳା କାରନାମା । ଏହିପରି ଏକ ଘଟଣାରେ ବିବାହ ପୂର୍ବରୁ ଜଣେ ନାବାଳିକାକୁ ଜିଲା ସିଡବ୍ଲ୍ୟୁସି ଅଧିକାରୀମାନେ ଉଦ୍ଧାର କରି ଉଠାଇ ନେଇ ଅଟକ ରଖିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ନରସିଂହପୁର ପଂଚାୟତରେ । ଜୟପୁର ଗ୍ରାମର ଶମ୍ଭୁନାଥ ସାହୁଙ୍କ ନାବାଳିକା ଝିଅର ନିକଟସ୍ଥ ବ୍ରାହ୍ମଣ ଗାଁରେ ବିବାହ ହେବାକୁ ଯାଉଥିଲା । ଏନେଇ ବାସୁଦେବପୁର ରାଧାକୃଷ୍ଣ ମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଥିଲା, କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ସିଡବ୍ଲ୍ୟୁସି ଅଧିକାରିଣୀ, ସିଡିପିଓ ଜାନକୀ ଦାସ ଓ ବାସୁଦେବପୁର ପୁଲିସ୍ ଶମ୍ଭୁନାଥଙ୍କ ଘରେ ପହଞ୍ôଚଥିଲେ । ବାହାଘର ପ୍ରସ୍ତୁତିରେ ଲାଗିଥିବା ଘର ଲୋକ ଏବଂ ବନ୍ଧୁବାନ୍ଧବ ହଠାତ୍ ଏପରି ଏକ ଚଢାଉରେ ଘାବରେଇ ଯାଇଥିଲେ । ଅଧିକାରୀ ମାନେ ବିବାହ ପାଇଁ ଯାଉଥିବା ଝିଅର ବୟସ ପ୍ରମାଣ ପତ୍ର ଦେଖିବା ପାଇର୍ ଚାହିଁଥିବାବେଳେ ଘରର ଲୋକମାନେ ଶେଷପର୍ଯ୍ୟନ୍ତ ତାହା ଦେଖାଇବାରେ ସମର୍ଥ ହୋଇପାରିନଥିଲେ । ଅପରପକ୍ଷରେ ଆଧାର କାର୍ଡରେ ଝିଅ ସାବାଳିକା ହୋଇସାରିଥିବା ଦର୍ଶାଇଥିଲେ । ଶେଷରେ ସିଡବ୍ଲ୍ୟୁସି ଅଧିକାରୀ ଏବଂ ସିଡିପିଓ ପୁଲିସ୍ ସହାୟତାରେ ଝିଅକୁ ସେମାନଙ୍କ ହେପାଜତକୁ ଆଣିଥିଲେ । ସାବାଳିକା ହୋଇଥିବାର ଉପଯୁକ୍ତ ବୟସ ପ୍ରମାଣ ପତ୍ର ଦାଖଲ ନକରି ପାରିଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.