Home କେନ୍ଦୁଝର ମାଟ୍ରିକ ପରୀକ୍ଷାରେ ଷଡଙ୍ଗ ଆର.ବି ହାଇସ୍କୁଲର ସଫଳତା

ମାଟ୍ରିକ ପରୀକ୍ଷାରେ ଷଡଙ୍ଗ ଆର.ବି ହାଇସ୍କୁଲର ସଫଳତା

71

ହାଟଡ଼ିହି, ୨୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଷଡଙ୍ଗ ସ୍ଥିତ ରାମବିକ୍ରମ ହାଇସ୍କୁଲ ବିଶେଷ ସଫଳତା ହାସଲ କରିଛି । ବିଦ୍ୟାଳୟଟି ଶତ ପ୍ରତିଷତ ସଫଳତା ହାସଲ କରିଛି । ମୋଟ ୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ରେ ୩ଜଣ, ଏ-୨ରେ ୧୧ଜଣ, ବି-୧ରେ ୧୬ଜଣ, ବି-୨ରେ ୧୬ଜଣ, ସିରେ ୧୧ଜଣ ଓ ଡିରେ ୧୩ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ପ୍ରଦୋଷ ଶ୍ରୀଚନ୍ଦନ ନାୟକ ୫୪୭ନମ୍ବର ରଖି ବିଦ୍ୟାଳୟରେ ପ୍ରଥମସ୍ଥାନ ହାସଲ କରିଥିବାବେଳେ ଶୁଭବ୍ରତ ନାୟକ ୫୪୦ ଓ ମୃତ୍ୟୁଞ୍ଜୟ ସୂର୍ଯ୍ୟପ୍ରକାଶ ପଢ଼ିଆରୀ ୫୪୦ମାର୍କ ରଖି ସଫଳତାର ସହ ଉତ୍ତିର୍ଣ୍ଣ ହୋଇଛନ୍ତି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.