Home କେନ୍ଦୁଝର ମାଟ୍ରିକ ପରିକ୍ଷାରେ କେନ୍ଦୁଝର ଜିଲ୍ଲାର ଟପର ହେଲେ ସାଇ ରୁଦ୍ର

ମାଟ୍ରିକ ପରିକ୍ଷାରେ କେନ୍ଦୁଝର ଜିଲ୍ଲାର ଟପର ହେଲେ ସାଇ ରୁଦ୍ର

192

ହାଟଡ଼ିହି, ୨୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ପରୀକ୍ଷା ନହୋଇ ମଧ୍ୟ ନବମ ଶ୍ରେଣୀର ମାର୍କ ଓ ଚଳିତବର୍ଷ ଟେଷ୍ଟ ପରୀକ୍ଷାର ମାର୍କକୁ ନେଇ ଫଳ ପ୍ରକାଶ ପାଇଛି । ଏଥିରେ ହାଟଡିହି ହାଇସ୍କୁଲର ଛାତ୍ର ସାଇ ରୁଦ୍ରନାରାୟଣ ସାମଲ ୫୮୧ମାର୍କ ରଖି କେନ୍ଦୁଝର ଜିଲ୍ଲାର ପ୍ରଥମସ୍ଥାନ ହାସଲ କରିଛନ୍ତି । ତାଙ୍କ ବାପା କୁଳମଣି ସାମଲ ଜଣେ ଜୀବନବୀମା ଏଜେଣ୍ଟ ହୋଇଥିବାବେଳେ ମା ସବିତାରାଣୀ ସାମଲ ଜଣେ ଗୃହିଣୀ । ଏପରିସ୍ଥଳେ ପୁଅ କିପରି ଭଲ ପାଠ ପଢ଼ିବ ସେନେଇ ଉଭୟ ସବୁବେଳେ ପୁଅ ପଛେପଛେ ଥାନ୍ତି । ପୁଅ ସାଇରୁଦ୍ର ମଧ୍ୟ ଦିନକୁ ୧୨/୧୪ଘଣ୍ଟ ପଢ଼ାପଢ଼ି କରେ । ସେ ଓଡିଆରେ ୯୪, ଇଂରାଜିରେ ୯୪, ସଂସ୍କୃତରେ ୯୮, ଗଣିତରେ ୯୯, ସାଧାରଣ ବିଜ୍ଞାନରେ ୯୮, ସାମାଜିକ ବିଜ୍ଞାନରେ ୯୮ ମାର୍କ ରଖିଛନ୍ତି । ସାଇ ରୁଦ୍ରନାରାୟଣ ସାମଲ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବାକୁ ଲକ୍ଷ ରଖିଛନ୍ତି ବୋଲି କହିବାସହ ଏହି ସଫଳତାର ଶ୍ରେୟ ସେ ନିଜ ପିତାମାତା, ଗୁରୁଜନ ଓ ସ୍କୁଲର ଶିକ୍ଷକ ଶିକ୍ଷତ୍ରୀଙ୍କୁ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.