Home କେନ୍ଦୁଝର ବାଲିବରେଇ ସଡକ ସାହିରେ ଅଗ୍ନିକାଣ୍ଡ, ୪ବଖରା ଘର ଭଷ୍ମୀଭୁତ

ବାଲିବରେଇ ସଡକ ସାହିରେ ଅଗ୍ନିକାଣ୍ଡ, ୪ବଖରା ଘର ଭଷ୍ମୀଭୁତ

33

ହାଟଡ଼ିହି, ୨୬ /୬/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ଅଧିନସ୍ଥ ବାଲିବରେଇ ପଞ୍ଚାୟତ ସଡକ ସାହିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ବଖରା ଘର ଭଷ୍ମୀଭୁତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ସଡକସାହିର ଯୁଜ୍ଜର ମୁର୍ମୁ ଗତକାଲି ରାତିରେ ଘରେ ଖାଇପିଇ ଶୋଇଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା । ସାହିଲୋକମାନେ ଜାଣି ଡାକପକାଇବାରୁ ଯୁହାରଙ୍କ ପରିବାର ଲୋକେ ଘରୁ ବାହାରକୁ ପଳାଇଆସି ନିଜ ଜୀବନ ବଞ୍ଚାଇଥିଲେ । ପରେ ଖବରପାଇ ହାଟଡିହି ଦମକଳକେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ତାଙ୍କର ଘରେଥିବା ସମସ୍ତ ଧାନ, ଚାଉଳ, ନଗଦ ଟଙ୍କା ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ତୁରନ୍ତ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ସହିତ ବାସଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.