Home ଜିଲ୍ଲା ପରିକ୍ରମା ମାଟ୍ରିକ୍ ରେଜଲ୍ଟରେ ପୁନଃ ମୂଲ୍ୟାୟନ ଦାବିକଲେ ଅସନ୍ତୋଷ ଛାତ୍ରଛାତ୍ରୀ

ମାଟ୍ରିକ୍ ରେଜଲ୍ଟରେ ପୁନଃ ମୂଲ୍ୟାୟନ ଦାବିକଲେ ଅସନ୍ତୋଷ ଛାତ୍ରଛାତ୍ରୀ

53

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ନିୟମ ମୂଳେ ଶିକ୍ଷା ବିଭାଗ ପକ୍ଷରୁ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ତେବେ ପୁରୁଣାବଜାର ସରସ୍ୱତୀ ଶିଶୁ ମନ୍ଦିରର ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୂଳେ ସେମାନେ ପୂର୍ବର ବିଦ୍ୟାଳୟ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖିଥିବାବେଳେ ଦଶମ ପରୀକ୍ଷାରେ ୭୦ ପ୍ରତିଶତ ପାଇବା ଦୁର୍ଭାଗ୍ୟର ବିଷୟ । ଏହି ଘଟଣାରେ ଆଜି ଅଭିଭାବକ ଓ ୩୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି ପରୀକ୍ଷା ଫଳ ବୃଦ୍ଧି ପାଇଁ ଦାବି କରିଛନ୍ତି । ସେମାନେ ଗଣମାଧ୍ୟମକୁ ଦେଇଥିବା ସୂଚନା ମୂଳେ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ୨୮ଟି ବିଦ୍ୟାଳୟର ଫଳାଫଳର ପୁନଃ ବିଚାର ହେଉଥିବାରୁ ସେମାନଙ୍କର ଫଳାଫଳକୁ ମଧ୍ୟ ତର୍ଜମା କରାଯାଉ । ନଚେତ୍ ସେମାନଙ୍କର ସୁନେଲି ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.