Home ଜିଲ୍ଲା ପରିକ୍ରମା ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ନ୍ୟାୟ ପାଇଁ ଥାନାକୁ ଯାଇଥିବା ସ୍ୱାମୀଙ୍କୁ ପୁଲିସର ମାଡ ଅଭିଯୋଗ,...

ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ନ୍ୟାୟ ପାଇଁ ଥାନାକୁ ଯାଇଥିବା ସ୍ୱାମୀଙ୍କୁ ପୁଲିସର ମାଡ ଅଭିଯୋଗ, ଏସ୍‌ପିଙ୍କୁ ଭେଟିଲେ ପରିବାର

88

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ପୀରହାଟ ଥାନା ବାରସର ପଂଚାୟତ ଅଧୀନସ୍ଥ ତଳଦପା ଗ୍ରାମର ସୁଧାକର ମଳିକ ନାମକ ଜଣେ ବ୍ୟକ୍ତିର ପରିବାରକୁ ସର୍ବସାଧାରଣ ପୋଖରୀ ଓ ରାସ୍ତା ବ୍ୟବହାର କରିବାରେ ବାଛନ୍ଦ ନେଇ ପ୍ରତିବାଦ କରିବା ଘଟଣାରେ ତାଙ୍କ ପତ୍ନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ତେବେ ଏହି ଘଟଣାରେ ସ୍ଥାନୀୟ ଥାନାକୁ ନ୍ୟାୟ ପାଇଁ ଅଭିଯୋଗ କରିବାକୁ ଯାଇ ସୁଧାକର ଜଣେ ପୁଲିସ୍ କନେଷ୍ଟବଳଙ୍କ ଦ୍ୱାରା ମାଡ ଖାଇବା ଘଟଣା ସେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିକଟରେ ଆଜି କରିଥିବା ଅଭିଯୋଗରୁ ଜଣାପଡିଛି । ସୁଧାକର ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ଉକ୍ତ ଗ୍ରାମରେ ଥିବା ଏକ ସର୍ବସାଧାରଣ ପୋଖରୀ ଓ ରାସ୍ତାକୁ ବ୍ୟବହାର କରିବାରେ ତାଙ୍କ ପରିବାରଙ୍କୁ କେତେକ ବ୍ୟକ୍ତି ବାରଣ କରିଥିଲେ । ମାତ୍ର ତାଙ୍କ ପତ୍ନୀ ଝୁନୁରାଣୀ ଉକ୍ତ ଘଟଣାକୁ ପ୍ରତିବାଦ କରିବାରୁ ତାଙ୍କୁ କେତେକ ମହିଳା ଓ ପୁରୁଷ ସଂଘବଦ୍ଧ ଆକ୍ରମଣ କରି ଅର୍ଦ୍ଧ ଉଲଗ୍ନ ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସୁଧାକର ସେଠାରେ ପହଞ୍ôଚ ଉକ୍ତ ଘଟଣାକୁ ମୋବାଇଲ୍‌ରେ ରେକର୍ଡିଂ କରୁଥିବାବେଳେ ପ୍ରତିପକ୍ଷ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ଏହି ଘଟଣା ସଂପର୍କରେ ଉଭୟ ପତି-ପତ୍ନୀ ବହୁବାର ଥାନାକୁ ଆସି ବିଫଳ ହେବା ପରେ ଗତ ୨୫ ତାରିଖରେ ଥାନା ପକ୍ଷରୁ ସେଠାକୁ ଡକାଯାଇ ସର୍ବସାଧାରଣ ପୋଖରୀ ଓ ରାସ୍ତାକୁ ସମସ୍ତେ ବ୍ୟବହାର କରିବା ସହ ଭବିଷ୍ୟତରେ ଗଣ୍ଡଗୋଳ ନକରିବା ଲାଗି ତାଗିଦ କରି ଘଟଣାର ଆପୋଷ ସମାଧାନ କରିଥିଲେ । ମାତ୍ର ଉଭୟ ପତି-ପତ୍ନୀ ଯେଭଳି ଭାବେ ମାଡ ଗାଳି ଖାଇଥିଲେ, ତାହାର କୌଣସି ସମାଧାନ ହୋଇନଥିଲା । ସେମାନେ ଉକ୍ତ ଘଟଣାର ନ୍ୟାୟ ଦାବି କରିବାରୁ ପୁଲିସ୍ ସେମାନଙ୍କୁ ଥାନାରୁ ଶୀଘ୍ର ଚାଲିଯିବାକୁ ଧମକ ଦେଇ ମାଡ ମାରିଥିଲା । ଏବଂ ସେମାନଙ୍କୁ ଅପରପକ୍ଷଙ୍କ ଏତଲା କ୍ରମେ ଗିରଫ କରାଯିବ ବୋଲି ଧମକ ଦେଇଥିଲା । ଫଳରେ ସୁଧାକର ପୁଲିସ୍‌ର ଏଭଳି ମାଡ ମରାଯିବା ଓ ତାଙ୍କ ପତ୍ନୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାର ନ୍ୟାୟ ପାଇଁ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.