Home ଓଡ଼ିଶା ରାଜସୁନାଖଳା କପ୍ ଫୁଟ୍‌ବଲ୍ ଦ୍ୱିତୀୟ ସେମିଫାଇନାଲ୍‌ ପାରାଦ୍ୱୀପ ର କୁଜଙ୍ଗ ଆଥଲେଟି୍‌କ କ୍ଲବ୍ ଫାଇନାଲ୍ ରେ...

ରାଜସୁନାଖଳା କପ୍ ଫୁଟ୍‌ବଲ୍ ଦ୍ୱିତୀୟ ସେମିଫାଇନାଲ୍‌ ପାରାଦ୍ୱୀପ ର କୁଜଙ୍ଗ ଆଥଲେଟି୍‌କ କ୍ଲବ୍ ଫାଇନାଲ୍ ରେ ପ୍ରବେଶ

128

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୨-ନୟାଗଡ ଜିଲ୍ଲା ରାଜସୁନାଖଳାରେ ଫ୍ରେଣ୍ଡସ୍ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା ରାଜସୁନାଖଳା କପ୍ ୨୦୨୦ର ଦ୍ୱିତୀୟ ସେମିଫାଇନାଲ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ସେମିଫାଇନାଲ୍‌ଟି ପପୁଲାର କ୍ଲବ୍ ଢେଙ୍କାନାଳ ଓ କୁଜଙ୍ଗ ଆଥଲେଟିକ୍ ପାରାଦ୍ୱୀପ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୁଜଙ୍ଗ ଆଥଲେଟିକ୍ କ୍ଲବ୍ ପାରାଦ୍ୱୀପ ଟାଇବ୍ରେକ୍ ରେ ୫-୪ ଗୋଲ୍ ରେ ଢେଙ୍କାନାଳ ପପୁଲାର କ୍ଲବ୍ କୁ ହରାଇ ଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି ।

ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଖୋର୍ଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ ଦଳବେହେରା ଓ ସମାଜସେବୀ ପ୍ରତିଭା ମହାନ୍ତି ଯୋଗ ଦେଇଥିଲେ । ଚନ୍ଦ୍ରଶେଖର ବରାଡଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ବିବେଚନା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍ କୁ ପରିଚାଳନା କରିଥିଲେ ରାଜୁ ମହାନ୍ତି । ଲାଇନ୍ ରେ ସହଯୋଗ କରିଥିଲେ ଲକ୍ଷ୍ମୀଧର ଚୌଧୁରୀ ଓ ରବିନାରାୟଣ ରଣା । ଏହି ମ୍ୟାଚ୍ ଦେଖିବା ପାଇଂ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ । ଆସନ୍ତା ୧ ତାରିଖରେ ଜଗା ୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱର ଓ କୁଜଙ୍ଗ ଆଥଲେଟିକ୍ ପାରାଦ୍ୱୀପ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.