Home ଓଡ଼ିଶା ମାଟୋଆ ଦଖଲ ନିମନ୍ତେ ବି.ଡି.ସି. ର ଉଦ୍ୟମ

ମାଟୋଆ ଦଖଲ ନିମନ୍ତେ ବି.ଡି.ସି. ର ଉଦ୍ୟମ

96

ାା ଯୋଡା, ୨୩/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ଆଗାମୀ ନଭେମ୍ବର ୯ ତାରିଖରେ ମାଇନିଙ୍ଗ ଏରିଆ ଟ୍ରକ ୱନର୍ସ ଆସୋସିଏସନ୍ (ମାଟୋଆ)ର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ମାଟୋଆ ଦଖଲ ନିମନ୍ତେ ବାବା ଧବଳେଶ୍ୱର କମିଟି (ବିଡିସି) ପକ୍ଷରୁ ପ୍ରବଳ ଉଦ୍ୟମ କରାଯାଉଥିବା ଜଣାପଡିଛି । ଗୁରୁବାର ଅପରାହ୍ନରେ ଏ ନେଇ ଉଚ୍ଚବାଲି ଗ୍ରାମ ବିଡିସି ର କାର୍ଯ୍ୟାଳୟ ନିକଟରେ ଟ୍ରକ ମାଲିକ ମାନଙ୍କର ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ସଭାଟିରେ ପ୍ରାୟ ୪ଶହ ଟ୍ରକ ମାଲିକ ଯୋଗଦେଇଥିବା ବେଳେ ଟ୍ରକ ମାଲିକମାନେ ପୂର୍ବ କର୍ମକର୍ତ୍ତାମାନଙ୍କ ମନମୁଖି ଶାସନ, ସନେ୍ଦହ ଜନକ କାର୍ଯ୍ୟକଳାପ, ଟ୍ରକ ମାଲିକ ମାରଣ ନୀତି, ମାଲିକଙ୍କ ଠାରୁ ପ୍ରତି ଟ୍ରକ ପିଛା ମୋଟା ଅଙ୍କର କମିଶନ ଆଦାୟ, ପ୍ରତିବାଦ କଲେ ସଂଘରୁ ବହିସ୍କାର କରିବାକୁ ଧମକ, ଟ୍ରକ ବୋଝଇ ଅନୁମତି ନଦେବା, ସଂଘ କର୍ମକର୍ତ୍ତମାନେ ପରିବହନରେ ପ୍ରତ୍ୟେକ୍ଷ ଲିପ୍ତ ରହି ୩ମାସ ପରେ ଗାଡି ମାଲିକଙ୍କ ପ୍ରାପ୍ୟ ପ୍ରଦାନ କରିବା ବିରୋଧରେ ବିଷୋଦଗାର କରିଥିଲେ । ପ୍ରତି ୩ ବର୍ଷରେ ନିର୍ବାଚନ ପ୍ରକ୍ରିୟାରେ ନୂତନ କର୍ମକର୍ତ୍ତା ଚୟନ କରିବାର ସଂଘରେ ନିୟମ ରହିଥିବା ବେଳେ ଦୀର୍ଘ ୫ ବର୍ଷ କାଳ ନିର୍ବାଚନ ନକରାଇ, କ୍ଷମତାରେ ରହି, ଏହାର ଅପବ୍ୟବହାର କରିବା ପ୍ରମୁଖ ମୁଖ୍ୟ ପ୍ରସଙ୍ଗ ରହିଥିଲା । ସଭାଟିରେ ଶୈଳେନ୍ଦ୍ର ଜୋରା, ବିଶୁ ବିହାରୀ, ସୋଏବ ଖାନ, ମାୟା ପାତ୍ର, ଛୋଟୁ କାରୁଆ, ନାନକି ଖାନ, ଭରତ ବାରିକ୍, ସଞ୍ଜୟ ପାତ୍ର, ଗୌତମ ବେହେରା ପ୍ରମୁଖ ଟ୍ରକ ମାଲିକମାନେ ବର୍ତ୍ତମାନର କର୍ମକର୍ତ୍ତାଙ୍କ ବିରୋଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ମାଟୋଆ ସଂଘଟି ସମ୍ପୂର୍ଣ୍ଣ ଭାବେ ପୂର୍ବତନ ଚମ୍ପୁଆ ବାହୁବଳୀ ବିଧାୟକ ସନାତନ ମହାକୁଡଙ୍କ ଅକ୍ତିଆରରେ ଥିବାରୁ ଏହି ଭଳି ସ୍ୱେଚ୍ଛାଚାରିତା ଚାଲିଆସୁଥିବା ସେମାନେ ଅଭିଯୋଗ କରି ସଂଘର ନୂତନ କର୍ମକର୍ତ୍ତା ଚୟନ ସମୟରେ ବିଡିସି ଦେଇଥିବା ସମସ୍ତ ପ୍ରାର୍ଥôମାନଙ୍କୁ ଜୟଯୁକ୍ତ କରାଇବା ପାଇଁ ବିଡିସିର ସଭାପତି ସଞ୍ଜୟ ବାରିକ୍ ଟ୍ରକ ମାଲିକମାନଙ୍କୁ ଅନୁରୋଧ କରିଥିଲେ । ଏହି ସଂଘରେ ପ୍ରାୟ ୪ ହଜାର ଡମ୍ପର ଅନୁବନ୍ଧିତ ଥିବା ବେଳେ ୧୪ଶହ ସଦସ୍ୟ ରହିଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କର ମା କୁଆଁରି ଓ ଚତୁର୍ଭୁଜ ଡେଭେଲପ୍ମେଣ୍ଟ କମିଟି ନାମକ ଦୁଇଟି ପରିବହନ ସଂସ୍ଥା ଏକଚାଟିଆ ଖଣି ପରିବହନ କରିଆସୁଥିବା ବେଳେ ଖଣି ଖୋଲିବା ସମୟରେ ଗ୍ରାମବାସୀଙ୍କୁ ଖଣି ମାଲିକ ଇନ୍ଦ୍ରାଣୀ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ନେଇ ସଞ୍ଜୟ ବାରିକ୍ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ । ଉଚ୍ଚବାଲି ଗ୍ରାମବାସୀମାନଙ୍କୁ ଏକତ୍ରିତ କରି ବିଡିସି ନାମକ ଏକ ସଂସ୍ଥା ଗଠନ କରି ବଳ ପୂର୍ବକ ସନାନତ ମହାକୁଡଙ୍କ ଠାରୁ ଏହି ପରିବହନ କାର୍ଯ୍ୟ ସେ ହାତେଇ ନେବାରେ ସକ୍ଷମ ହୋଇଥିଲେ । ଅବଶ୍ୟ ଏଥି ପାଇଁ ସଞ୍ଜୟଙ୍କ ନେତୃତ୍ୱରେ ବିଡିସି ପକ୍ଷରୁ ବାରମ୍ବାର ଆନେ୍ଦାଳନ, ଧର୍ମଘଟ, ରାସ୍ତା ରୋକ ଓ ଅନଶନ ଭଳି କଠିନ ପରିଶ୍ରମ କରିବାକୁ ପଡିଥିଲା । ସଞ୍ଜୟ ବିଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟରେ ଅଞ୍ଚଳର ବିକାଶ ନିମନ୍ତେ ଉଦ୍ୟମ ଜାରି ରଖିଥିବା ବେଳେ ତାଙ୍କ ପ୍ରତି ଟ୍ରକ ମାଲିକମାନଙ୍କ ଆସ୍ଥା ବୃଦ୍ଧି ପାଇଛି । ଖଣି ଅଞ୍ଚଳରେ ସନାତନଙ୍କ ପତିଆରା ହ୍ରାସ କରାଇବାରେ ସଞ୍ଜୟ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ବଢିବାରେ ଲାଗିଛନ୍ତି । ତେବେ ଆଗାମୀ ଦିନରେ ମାଟୋଆ ଦଖଲ କରିବାରେ ସେ କେତେ ଦୁର ସକ୍ଷମ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଏହି ଅବସରରେ ବିଡିସି ପକ୍ଷରୁ ଏକ ନୂତନ ସିଏଟ୍ ଟାୟାର ବିକ୍ରୟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.