Home ଓଡ଼ିଶା ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରି ପ୍ରମିକ ଗିରଫ

ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରି ପ୍ରମିକ ଗିରଫ

451

ଯୋଡା, ୨୩/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) । ଜନୈକ ଯୁବତୀଙ୍କର ଅଶ୍ଲୀଳ ଭିଡିଓ ଭାଇରାଲ କରି ଅଭିଯୁକ୍ତ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏହାର ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ବୁଧୁବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଯୋଡା ଥାନା ବିଲେଇପଦା ଫାଣ୍ଡି ଅଧିନ କିତାବେଡା ଗ୍ରାମର ଜନୈକ ଯୁବତୀଙ୍କ ସହିତ ବାରିଆ ଥାନା ନନ୍ଦପୁର ଗ୍ରାମର ଦେବାଶିଶ ମହାନ୍ତର ଏକ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । କୌଣସି କାରଣ ବଶତଃ ଯୁବତୀ ଜଣଙ୍କ ଦେବାଶିଶକୁ ବିବାହ କରିବାକୁ ରାଜି ନହେବାରୁ ଦେବାଶିଶ ଯୁବତୀଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଅଶ୍ଲୀଳ ଭିଡିଓ ଭାଇରାଲ କରିଥିଲେ । ଯୁବତୀର ପରିବାର ଲୋକ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୁଲିସ କେଶ ନଂ. ୧୮୧/୨୦୧୯ ଋଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.