Home କେନ୍ଦୁଝର ଗଣେଶ ଭଷାଣୀକୁ ନେଇ ଦୁଇ ଗ୍ରାମରେ ଉତ୍ତେଜନା, ଶିକ୍ଷକଙ୍କୁ ତାଲା ପକାଇଲେ

ଗଣେଶ ଭଷାଣୀକୁ ନେଇ ଦୁଇ ଗ୍ରାମରେ ଉତ୍ତେଜନା, ଶିକ୍ଷକଙ୍କୁ ତାଲା ପକାଇଲେ

54

ହାଟଡିହି-୧୭/୯ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗୋବିନ୍ଦପୁରା, କୁଣ୍ଡିସାହି ଓ କପୁଣ୍ଡି ଗ୍ରାମରେ ଗଣେଶ ଭଷାଣୀକୁ ନେଇ ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଏହାକୁନେଇ ଆଜି କୁଣ୍ଡିସାହି ଗ୍ରାମର ଜଣେ ଶିକ୍ଷକଙ୍କୁ କପୁଣ୍ଡି ଗ୍ରାମର କିଛି ଯୁବକ ତାଲା ପକାଇବା ଓ ପୁଲିସ ଯାଇ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ଗତ ଦୁଇଦିନ ତଳେ ଗୋବିନ୍ଦପୁରା ଓ କୁଣ୍ଡିସାହି ଗ୍ରାମର ଯୁବକମାନେ ଗଣେଶ ଭଷାଣୀ ଠାକୁର ନେଇ କପୁଣ୍ଡି ଗ୍ରାମକୁ ଯାଇଥିବାବେଳେ କୌଣସି କାରଣକୁ ନେଇ କପୁଣ୍ଡି ଗ୍ରାମର କିଛି ଯୁବକ ବାରଣ କରିଥିଲେ । ଫଳରେ ଏହି ଦୁଇଗାଁର ଯୁବକମାନେ କପୁଣ୍ଡି ଗାଁ ଭିତରକୁ ଯାଇ ନପାରି ଫେରି ଆସିଥିଲେ । ଗତକାଲି ରାତିରେ କପୁଣ୍ଡି ଗ୍ରାମର ପିଲାମାନେ ଗଣେଶ ଠାକୁର ଧରି ଗୋବିନ୍ଦପୁରା ଓ କୁଣ୍ଡିସାହିକୁ ବୁଲାଇବାକୁ ଆସିବାରୁ ଏହି ଦୁଇଗାଁର ଯୁବକମାନେ ବାରଣ କରିବାରୁ ଉଭୟ ଗୋଷ୍ଠୀର ପିଲାଙ୍କ ମଧ୍ୟରେ ଗଣ୍ଡଗୋଳା ହୋଇଥିଲା । ଆଜି କୁଣ୍ଡିସାହି ଗାଁର ଜଣେ ଶିକ୍ଷକ କପୁଣ୍ଡି ସ୍କୁଲକୁ ଯାଇଥିବାବେଳେ କପୁଣ୍ଡି ଗ୍ରାମର କିଛି ଯୁବକ ଆସି ତାଙ୍କୁ ତାଲା ପକାଇ ଦେଇଥିଲେ । ଶିକ୍ଷକଙ୍କ ପରିବାର ଲୋକେ ଏନେଇ ପୁଲିସକୁ ସୁଚନା ଦେବାରୁ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ପିଲା ମାନଙ୍କୁ ବୁଝାସୁଝା କରି ଚାବିଖୋଲି ଶିକ୍ଷକଙ୍କୁ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.