Home କୋରାପୁଟ ମାଟି ଅତଡା ଖସି ୩ ମୃତ

ମାଟି ଅତଡା ଖସି ୩ ମୃତ

41

କୋରାପୁଟ ୧୬-୦୪(ଓଡିଆ ପୁଅ /ରଂଜନ ଦାସ) ପଟ୍ଟାଙ୍ଗି ଥାନା  ରେଙ୍ଗା ପଂଚାୟତର ପୋଡାଗୁଡା ଗ୍ରାମରେ ମାଟି ଅତଡା ଖସି ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ମାନେ ହେଲେ ରାଲେଗାଡା ପଂଚାୟତ ମିରିଆଲପାଡୁ ଗ୍ରାମର ମୁସୁରି  ରାମୁଲୁଆମ୍ମା(୪୩) ଓ ଝିଅ ମୁସୁରି ଦେବୀ (୧୭), ମୁତୁଲା କୋଟା(୨୭) । ସୂଚନା ମୁତାବକ ଆଜି ପୂର୍ବାହ୍ନ୍ନରେ ମିରିଆଲପାଡୁ ଗ୍ରାମର  ମୁସୁରି ରାମୁଲୁଆମ୍ମା ,ମୁତୁଲା  କୋଟା(୧),ମୁସୁରି ଦେବୀ,ମୁତୁଲା କୋଟା(୨) ପୋଡାଗୁଡା ଗ୍ରାମକୁ ଘର ଲିପା ଚୂନମାଟି ଆଣିବାକୁ ଯାଇଥିଲେ । ଖାଲୁଆ ସ୍ଥାନରେ ରହି  ମାଟି ଖୋଳୁଥିବାବେଳେ  ଉପରୁ ମାଟି ଅତଡା ଖସି ସମସ୍ତେ ଚାପି ହୋଇ ଯାଇଥିଲେ । ନିକଟସ୍ଥ ଗ୍ରାମର ଲୋକଙ୍କ ଠାରୁ  ଖବର ପାଇ  ପଟ୍ଟାଙ୍ଗୀ ପୋଲିସ ଘଟଣା ସ୍ଥଳକୁ ଆସି  ଉଦ୍ଧାର କାର୍ଯ୍ୟ  ଆରମ୍ଭ କରିଥିଲା  । ତେବେ ଘଟଣା ସ୍ଥଳରେ ଉପରୋକ୍ତ ତିନିଜଣଙ୍କ ମୃତ୍ୟୁ ହୋଇଥିଲା । ମୁତୁଲା କୋଟା(୨)କୁ ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ରାଲେଗାଡା ସରପଂଚ ତ୍ରିନାଥ କୋଟା ମୃତକ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ  ସହାୟତା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.