Home କୋରାପୁଟ ଓଡିଶା ପ୍ରାଣୀଚିକିତ୍ସା ସେବା ସଂଘ ,କୋରାପୁଟ ଜିଲ୍ଲା ଶାଖାର ସାମ୍ବାଦିକ ସମ୍ମିଳନୀ

ଓଡିଶା ପ୍ରାଣୀଚିକିତ୍ସା ସେବା ସଂଘ ,କୋରାପୁଟ ଜିଲ୍ଲା ଶାଖାର ସାମ୍ବାଦିକ ସମ୍ମିଳନୀ

18

କୋରାପୁଟ ୧୬-୦୪(ଓଡିଆ ପୁଅ /ରଂଜନ ଦାସ)ଓଡିଶା ପ୍ରାଣୀଚିକିତ୍ସା ସେବା ସଂଘ , କୋରାପୁଟ ଜିଲ୍ଲା ଶାଖା ଆନୁକୁଲ୍ୟରେ କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।କୋରାପୁଟ ଜିଲ୍ଲା ସଭାପତି ଡାକ୍ତର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।ପ୍ରାଣୀ ଡାକ୍ତର  ସରକାରୀ ଚାକିରୀରେ ପ୍ରବେଶ କରିବା ସମୟରେ ଗୃପ-ଏ ମାନ୍ୟତା ଦେବାକୁ ସଂଘ ତରଫରୁ ଦାବି କରାଯାଉଥିବା ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ରହୁଥିବା ସେ ସୂଚନା ଦେଇଛନ୍ତି ।କେନ୍ଦ୍ର ସରକାର ଓ ୨୦ ଟି ରାଜ୍ୟ ସରକାର ମାନ୍ୟତା ଦେଇଥିବା ବେଳେ ରାଜ୍ୟ ସରକାର କାହିଁକି ମାନ୍ୟତା ଦେଉନାହିାଁନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।ଏବେ  ପ୍ରାଣୀ ଡାକ୍ତରମାନେ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରୁଛନ୍ତି ।ଏପ୍ରିଲ ୨୫ ତାରିଖରୁ ଡିଜିଟାଲ କାର୍ଯ୍ୟ ବର୍ଜନ କରିବେ ବୋଲି ସେ ସୂଚନା ଦେଇଛନ୍ତି ।ମେ ୧ ତାରିଖରୁ କଲମ ଛାଡ ,ଚିକିତ୍ସାଳୟ ପରିସର କାର୍ଯ୍ୟ ନିର୍ଘଂଟ ବାହାରେ ସେବା ବିରତି ଏବଂ ମେ ୧୫ ତାରିଖରୁ ସମୂହ ଛୁଟି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଯଦି ରାଜ୍ୟ ସରକାର ଦାବି ପୂରଣ ନ କରନ୍ତି ତେବେ ଆସନ୍ତା ମେ ମାସ ୨୫ ତାରିଖରୁ ସମୂହ ଇସ୍ତାଫା ଦେବାକୁ ବାଧ୍ୟ ହେବେ ବୋଲି ସେ ସୂଚନା ଦେଇଛନ୍ତି ।ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣଭାବେ ଦାୟୀ ରହିବେ ବୋଲି ସେ ଚେତାଦେଇଛନ୍ତି ।ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ସିଡିଭିଓ ଦାକ୍ତର ଗିରିଜା ପ୍ରସାଦ ତ୍ରୀପାଠୀ . ସଂଘର ସଂପାଦକ ଡାକ୍ତର ଅରବିନ୍ଦ ସେଠୀ , କୋରାପୁଟ ଏସଡିଭିଓ ଡାକ୍ତର ଶ୍ରୀମନ୍ତ ନନ୍ଦ ପ୍ରମୁଖଙ୍କ ସହ  ସଂଘର ଅନ୍ୟାନ୍ୟ କର୍ମକର୍ତା ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.