Home କୋରାପୁଟ        ମାଛକୁଣ୍ଡ ପୋଲିସ ଦ୍ୱାରା ୧୦୮ କିଲୋ ଗଞେଇ ଜବତ,୩ ଗିରଫ

       ମାଛକୁଣ୍ଡ ପୋଲିସ ଦ୍ୱାରା ୧୦୮ କିଲୋ ଗଞେଇ ଜବତ,୩ ଗିରଫ

79

କୋରାପୁଟ ୧୭-୦୮(ଓଡିଆ ପୁଅ /ରଂଜନ ଦାସ)  ମାଛକୁଣ୍ଡ ପୋଲିସ ଦ୍ୱାରା  ଟିକାପୁଟ  ଛକରୁ ଏକ  କାରରୁ  ୧୦୮ କିଲୋ ୬୦୦ ଗ୍ରାମ ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିବା ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଗିରଫ   ତିନିଜଣ ହେଲେ ରାଜସ୍ଥାନର ମହମ୍‌ଦ ଆଝାରୁଦ୍ଧିନ,ଜୀତେନ୍ଦ୍ର ସିଂହ ଏବଂ ବନ୍ତେଶ କୁମାର । ମାଛକୁଣ୍ଡ ଅଂଚଳରୁ  ରାଜସ୍ଥାନକୁ  ଆରଜେ-୧୪ ସିୟୁ ୭୬୭୪ ନମ୍ବର ଥିବା  ଏକ କାରରେ ଗଞେଇ  ଚୋରା ଚାଲାଣ ହେଉଥିବା ସୂଚନା ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ପାଇଥିଲେ । ସୂଚନା ଅନୁଯାୟୀ ଥାନା ଅଧିକାରୀ ଶ୍ରୀ ଲାକ୍ରା ପୋଲିସ ଟିମ ସହ  ଟିକାପୁଟ ଛକରେ  ନାକାବନ୍ଦୀ କରିଥିଲେ । ଗଞେଇ  ନେଇ ଯାଉଥିବା  ଉକ୍ତ କାର ଆସିବା ମାତ୍ରେ ପୋଲିସ ଟିମ ଗାଡି ଅଟକାଇ ଚେକିଂ କରିବା ବେଳକୁ  ଗାଡିରୁ ଜରି ଅଖାରେ  ଭରି ହୋଇଥିବା  ୧୦୮ କିଲୋ ୬୦୦ ଗ୍ରାମ ଗଞେଇ  ମିଳିଥିଲା । ପୋଲିସ ଟିମ କାର ସହ ଗଞେଇ ,୪ଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ କାଗଜ ଜବତ କରିଛି ।  ଜବତ ଗଞେଇର  ମୂଲ୍ୟ ପ୍ରାୟ ୧୦  ଲକ୍ଷ ଟଙ୍କା  ହେବ ବୋଲି  ଜଣାପଡିଛି । ମାଛକୁଣ୍ଡ ଥାନାରେ ଏନଡିପିଏସ ଆକ୍ଟ୍ ଅନୁଯାୟୀ ଏକ ମାମଲା(କେସ ନଂ-୬୫/୨୦୨୧) ରୁଜୁ କରା ଯାଇ  ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନନ୍ଦପୁର ଏସଡିପିଓ  ଶ୍ରୀ ମହାପାତ୍ର  ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.