Home ଓଡ଼ିଶା ମାଙ୍କଡା ପଥର ବୁହା ଗାଡି ଧକ୍କାରେ ବୃଦ୍ଧଙ୍କ ମୁତ୍ୟୁ

ମାଙ୍କଡା ପଥର ବୁହା ଗାଡି ଧକ୍କାରେ ବୃଦ୍ଧଙ୍କ ମୁତ୍ୟୁ

52

ନୟାଗଡ ୦୩/୦୨ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ମାଙ୍କଡା ପଥର ବୁହା ଗାଡି ଦୃତଗତିରେ ଯାତାୟତ କରି ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟାଇଥାନ୍ତି। ସେହିଭଳି ଭାବରେ ଫେବୃୟାରୀ ୩ ତାରିଖ ସକାଳ ୮ ଘଟିକା ସମୟରେ ରଣପୁର ନୟାଗଡ ରାସ୍ତାର ହରିପୁର ଛକରେ ଏକ ପଥର ବୁହା ମାଙ୍କଡା ଗାଡି ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ବିନୋଦପଡା ଗ୍ରାମର ବଂଶୀଧର ବିଶ୍ୱାଳ (୬୫) ଙ୍କର ମୁତ୍ୟୁ ଘଟିଥିବା ଜଣାପଡିଛି। ବଂଶୀଧର ଦୀର୍ଘ ୨୦ ବର୍ଷହେଲା ନିଜ ଭଉଣୀ ଘର ହରିପୁର ଗ୍ରାମକୁ ଆସିନଥିଲେ। କିନ୍ତୁ ସକାଳୁ ଭଉଣୀକୁ ଦେଖିବା ଇଚ୍ଛାନେଇ ଆସିଥିଲେ ମଧ୍ୟ ଭଉଣୀ ସହ ଦେଖାହେବା ପୁର୍ବରୁ ଦୁର୍ଘଟଣାରେ ଜୀବନ ଚାଲି ଯାଇଥିଲା। ସାଇକେଲରେ ଯାଉଥିବା ସମୟରେ ମାଙ୍କଡା ପଥର ବୁହା ଗାଡି ପଥର ଖାଲି କରି ଦର୍ପନାରାୟଣପୁର ପଟୁ ଆସି ବୃଦ୍ଧଙ୍କୁ ଧକ୍କା ଦେଇଥିଲା।

ମିନିଟ୍ରକ ଧକ୍କାଦେଇ ଦୃତଗତିରେ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ରାସ୍ତାରେ ଶବରଖି ୨ ଘଣ୍ଟା ରାସ୍ତାରୋକ କରିଥିଲେ। ସେମାନଙ୍କ ଜିଦ୍ ଥିଲା ଧକ୍କା କରିଥିବା ଗାଡିଟିକୁ ଧରାଯାଉ। ରଣପୁର ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିବା ସହ ହଂସରା ଗ୍ରାମଜଙ୍ଗଲରୁ ଓ ଆର୍ ୦୨ ବି ଜି ୯୬୬୮ ନମ୍ବର ବିଶିଷ୍ଟ ଏକ ହଳଦିଆ ରଙ୍ଗର ୪୦୭ ଗାଡିକୁ ଜବତ କରିବା ପରେ ରାସ୍ତା ରୋକ ହଟିଥିଲା। ପୋଲିସ ଶବ ଜବତ କରି ପଞ୍ଚନାମା କରିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ଦେଖଣାହାରୀଙ୍କ କହିବା ଅନୁଯାଇ ଏକ ଧଳାରଙ୍ଗର ୭୦୯ ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା। କିନ୍ତୁ ପୋଲିସ ହଳଦିଆ ରଙ୍ଗର ୪୦୭ ଗାଡିକୁ ଜବତ କରିଥିବା ଯୋଗୁଁ ତଦନ୍ତରେ ସନ୍ଦେହ ହେଉଥିବା ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.