Home ଜିଲ୍ଲା ପରିକ୍ରମା ନାକିଠଣା ଓ ଖଣ୍ଡିଆବନ୍ଧ ବାଲୁଙ୍କେଶ୍ୱର ଦେବଙ୍କ ବିଗ୍ରହ ପ୍ରତିଷ୍ଠା

ନାକିଠଣା ଓ ଖଣ୍ଡିଆବନ୍ଧ ବାଲୁଙ୍କେଶ୍ୱର ଦେବଙ୍କ ବିଗ୍ରହ ପ୍ରତିଷ୍ଠା

36

ନୟାଗଡ ୦୩/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ତହସିଲ ବାରଙ୍ଗଗାଡିଆ ଗ୍ରାମପଞ୍ଚାୟତ ନାକିଠଣା ଠାରେ ବାବା ବାଲୁଙ୍କେଶ୍ୱର ରାଜରାଜୁଡା ଅମଳରୁ ପୂଜା ପାଇ ଆସୁଛନ୍ତି। ହେଲେ ହରପାର୍ବତୀଙ୍କର ପିତ୍ତଳ ବିଗ୍ରହ ନଥିଲା। ନାକିଠଣା ଓ ଖଣ୍ଡିଆବନ୍ଧର ବାଲୁଙ୍କେଶ୍ୱର ପରିଚାଳନା କମିଟି ପିତ୍ତଳ ବିଗ୍ରହ ମୃତ୍ତି ନିର୍ମାଣ କରି ପ୍ରତିଷ୍ଠା କରାଉଥିବା ଜଣାପଡିଛି।

ପଣ୍ଡିତ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମିଶ୍ର ଘୃତାହୁତି ଦେଇ ପ୍ରତିଷ୍ଠା କର୍ମ କରୁଥିବା ବେଳେ ଶ୍ରୀଯୁକ୍ତ ରତ୍ନାକର ସୁନ୍ଦରାୟ କର୍ତ୍ତା ଭାବେ ଉପବିସନ କରିଥିଲେ। ନାକିଠଣା ଓ ଖଣ୍ଡିଆବନ୍ଧ ଗ୍ରାମବାସୀମାନେ ସମ୍ପୁର୍ଣ୍ଣ ସହଯୋଗ କରିଥିବା ଜଣାପଡିଛି। ବାବା ବାଲୁଙ୍କେଶ୍ୱର ପ୍ରତ୍ୟକ୍ଷ ଠାକୁର ଭାବରେ ଅଂଚଳରେ ଲୋକମାନେ ବିଶ୍ୱାସ କରନ୍ତି। ଆଖପାଖର ଅନେକ ଶ୍ରଦ୍ଧାଳୁ ଭକ୍ତ ମଧ୍ୟ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.