Home ଜିଲ୍ଲା ପରିକ୍ରମା ବିନୋଦପଡାରେ ଦିବାରାତ୍ର ଭଲିଖେଳ ଉଦ୍‌ଯାପିତ

ବିନୋଦପଡାରେ ଦିବାରାତ୍ର ଭଲିଖେଳ ଉଦ୍‌ଯାପିତ

118

ନୟାଗଡ ୦୩/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନପୁର ଗ୍ରାମପଞ୍ଚାୟତ ବିନୋଦପଡା ଠାରେ ମା ରାମଚଣ୍ଡୀ ଯୁବକ ସଂଘ ତରଫରୁ ଚତୁର୍ଥ ଦିବାରାତ୍ର ଭଳିଖେଳ ଅନୁଷ୍ଠିତ ହୋଇଯାଇଅଛି। ଏହି ଭଲିଖେଳରେ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ୮ ଗୋଟି ଦଳ ଭାଗ ନେଇଥିଲେ। ଶେଷ ଖେଳ ସାଗରୁଗାଁ ଓ ଗୋଳାପୋଖରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ସାଗୁରଗାଁ ଦଳ ଗୋଳାପୋଖରୀ ଦଳକୁ ହରାଇ ଶ୍ରେଷ୍ଠ ବିବେଚିତ ହୋଇଥିଲା। ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁବଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ବିଜେତା ସାଗୁରଗାଁ ଦଳ ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଦୁର୍ଗାଚରଣ ପ୍ରଧାନ ଓ ଜିତେନ୍ଦ୍ର ନାୟକ ଖେଳ ପରିଚାଳନା କରିଥିଲେ। ମା’ ରାମଚଣ୍ଡୀ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.