Home ଜିଲ୍ଲା ପରିକ୍ରମା ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ଗୋଳାବାରୁଦ, ବନ୍ଧୁକ ଜବତ ,ମାଓବାଦୀ ଙ୍କ ଆକ୍ରମଣ ଯୋଜନା...

ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ଗୋଳାବାରୁଦ, ବନ୍ଧୁକ ଜବତ ,ମାଓବାଦୀ ଙ୍କ ଆକ୍ରମଣ ଯୋଜନା ପଣ୍ଡ

79

ମାଲକାନଗିରି,୪ା୧୧ (ଓଡିଆ ପୁଅ ) ମାଓବାଦୀ ପୁଲିସର ଛକାପଝାଂ ଲୁଚକାଳି ଖେଳ ମଧ୍ୟରେ ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ମାଲକାନଗିରି ଡିଭିଏଫ ,ଏସଓଜି, ବିଏସଏଫ ଯବାନ ଙ୍କ ସହିତ ଆନ୍ଦ୍ରପ୍ରଦେଶର ଗ୍ରେହାଣ୍ଡ ଯବାନଙ୍କ ମିଳିତ ମାଓ ଅପରେସନ ବେଳେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଚଂଳରେ ମାଓକ୍ୟାମ୍ପରୁ ବିପୁଳ ପରିମାଣର ଗୋଳାବାରୁଦ, ବନ୍ଧୁକ,ମାଓସାମଗ୍ରୀ ଜବତ କରାଯାଇଛି । ଆଜି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ଏହା ସୁଚନା ଦେଇଛନ୍ତି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଦୁର୍ଗମ ଅପହଁଚ ଇଲାକା ଗୋରାସେତୁ ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବାର ଖବର ପାଇ ମାଲକାନଗିରି ଏସପି ଶ୍ରି ଖିଲାରୀ ଙ୍କ ନେତୃତ୍ୱରେ ଏସଓଜି,ଡିଭିଏଫ, ବିଏସଏଫ ଓ ଆନ୍ଦ୍ରପ୍ରଦେଶ ଗ୍ରେହାଣ୍ଡ ଯବାନ ମାନଙ୍କ ପ କ୍ଷରୁ ଗତ କିଛି ଦିନହେଲା ଲଗାତର ଭାବେ ସେ ଅଚଂଳରେ କୁମ୍ବିଂଅପରେସନ ଚାଲିଥିଲା । ମାଓବାଦୀ ମାନେ କୌଣସି ଏକ ବଡଧରଣର ଆକ୍ରମଣ କରିବା ପାଇଁ ଯୋଜନା କରି ଏକ ଗୁପ୍ତସ୍ଥାନରେ ଲୁଚାଇ ରଖିଥିବା ଗୋଳାବାରୁଦ, ବନ୍ଧୁକ, ବିସ୍ପୋରକ ଦ୍ରବ୍ୟକୁ ଏହି ଅପରେସନ ସମୟରେ ପୁଲିସ ଜବତ କରିଛି । ସ୍ୱାଭିମାନ ଅଚଂଳ ମାଓକ୍ୟାମ୍ପରୁ ଜବତ ହୋଇଥିବା ସାମଗ୍ରୀ ଗୁଡିକ ହେଲା ଦୁଇଟି ଏସଏଲଆର ରାଇଫଲ,ଗୁଳିସହିତ ୩୦୩ ରାଇଫଲ ଗୋଟିଏ,ଲ୍ୟାଣ୍ଡମାଇନ ଗୋଟିଏ,ଏସଏଲଆର ମାଗାଜିନ ଗୋଟିଏ,୯ଟି ଏସଆଲଆର ବନ୍ଧୁକର ଅଫୁଟା ଗୁଳି, ବିସ୍ପୋରକ ଦ୍ରବ୍ୟ, ଓ ମାଓବାଦୀଙ୍କ ପୁସ୍ତକ ସହିତ ଅନ୍ୟାନ ମାଓସମଗ୍ରୀ କୁ ପୁଲିସ ଜବତ କରିଛି । ଏସପି ରିଶିକେଶ ଡି, ଖିଲାରୀ ଜବତ ସାମଗ୍ରୀ ଗୁଡିକୁ ପ୍ରଦର୍ଶନକରି କହିଥିଲେ ମାଲକାନଗିରି ଜିଲ୍ଲାପୁଲିସ,ବିଏସଏଫ ଯବାନ, ଏସଓଜି, ଡିଭିଏଫ ଯବାନ, ଓ ଆନ୍ଦ୍ରପ୍ରଦେଶ ଗ୍ରେହାଉଣ୍ଡ ଯବାନ ଙ୍କ ମିଳିତ ଭାବେ ମାଓଅପରେସନ ଚାଲିଛି, ଦୁର୍ଗମ ଅପହଁଚ ମାଓପ୍ରବଣ ଇଲାକା ଗୁଡିକରେ ସର୍ଚଅପରେସନ କରାଯାଇ ବିଭିନ୍ନ ସ୍ଥାନରେ ମାଓବାଦୀ ମାନେ ଲୁଚାଇରଖିଥିବା ବନ୍ଧୁକ ତିଆରି ସାମଗ୍ରୀ,ଗୋଳାବାରୁଦ,ମାଓସାମଗ୍ରୀ ଜବତ କରିବାରେ ପୁଲିସ ସଫଳ ହୋଇଛି, କୌଣସି ଏକ ବଡଧରଣର ମାଓହିଂସକାଣ୍ଡ ଘଟାଇବା ପାଇଁ ମାଓବାଦୀ ମାନେ ଯୋଜନା କରୁଥିଲେ ,ଏହି ସାମଗ୍ରୀ ଜବତ ହୋଇ ଯିବାପରେ ସେମାନଙ୍କ ହିଂସାକାଣ୍ଡର ଯୋଜନା ପଣ୍ଡ ହୋଇଯାଇଛି ମାଓପ୍ରବଣ ଅଚଂଳରେ ନିୟମିତ ଭାବେ ମାଓଦମନ କାର୍ଯ୍ୟଚାଲିବା ସହିତ ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ତ୍ୱାରାନିତ ହୋଇପାରିଛି ବୋଲି ଏସପି ଶ୍ରୀ ଖିଲାରୀ ସୁଚନା ଦେଇଛନ୍ତି । ଆଜି ମଧ୍ୟ ସେ ଅଚଂଳରେ ପୁଲିସ ଓ ବିଏସଏଫ ଯବାନ ମାନଙ୍କ ମାନଙ୍କ ଦ୍ୱାରା କୁମ୍ବିଂଅପରେସନ ଚାଲିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.