Home ଜିଲ୍ଲା ପରିକ୍ରମା ପବ୍ଲିକ ରାଇଟ୍ସ ଆସୋସିଏସନ୍ ର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ।

ପବ୍ଲିକ ରାଇଟ୍ସ ଆସୋସିଏସନ୍ ର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ।

19

ମାଲକାନଗିରି,୪ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଟାଉନହଲ ଠାରେ ପବ୍ଲିକ ରାଇଟ୍ସ ଆସୋସିଏସନ୍ ର ଜିଲ୍ଲା
କାର୍ଯ୍ୟକାରାଣୀ ବୈଠକ ଆଜି ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ଅଭିଭକ୍ତ କୋରାପୁଟ ଜିଲ୍ଲା ପବ୍ଲିକ ରାଇଟ୍ସ ଏସୋସିଏସନ୍ ସଭାପତି ଦେବେନ୍ଦ୍ର ବାହିନୀପତି ମୁଖ୍ୟଅତିଥି,ଅମର ଲାଲ ଆହୁଜା ମୁଖ୍ୟବକ୍ତା ଓ ଜିଲ୍ଲାପରିଷଦ ସଭ୍ୟ କୁଷ ତାଟି,ଶାନ୍ତିଲତା ମାଝି ସମ୍ମାନିତ ଅତିତି ଭାବେ ଯୋଗଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାପାଇଁ ପବ୍ଲିକ ରାଇଟ୍ସ ଆସୋସିଏସନ୍ ର ଆବଶ୍ୟକତା ରହିଛି,ଏହା ମାଧ୍ୟମରେ ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟା ସମାଧାନ ହେବା ସହିତ ମୌଳିକ ଅଧିକାରରୁ ବଚିଂତ ହେଉଥିବା ଗରିବ ଲୋକ ମାନଙ୍କ ବିଭିନ୍ନ ସମସ୍ୟ ସଂପର୍କରେ ପ୍ରଶାସନ ନିକଟରେ ପହଁଚି ପାରିବ,ଏହା ଏକ ଅଣରାଜନୈତିକ ସଂଗଠନ , ଏହି ସଂଗଠନ ଦୁର୍ନିତି ବିରୋଧରେ ସ୍ୱରଉତୋଳନ କରିବା ସହ ସାଧରଣ ନାଗରିକ ଙ୍କ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବ ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ମାଲକାନଗିରି ଜିଲ୍ଲାସଭାପତି କୁନାଲ ମିଶ୍ର ଏହି ବୈଠକରେ ଆଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଜୀବନ ଦାସ କାର୍ଯ୍ୟକ୍ରମର ବିବରଣୀ ପାଠକରିଥିଲେ । ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଗୋବିନ୍ଦ ମଣ୍ଡଳ,ସନ୍ତୋଷ ମହାନ୍ତି,ସଜିଂବ ପାଉଲ,ସନ୍ତୋଷ ନାୟକ,ଦିପକ ସାହା,ପୁର୍ଣ୍ଣିମା ସାହା,ଟିବୁରାମ ଟାଙ୍ଗୁଲ ପ୍ରମୁଖ ଙ୍କ ସହିତ ସାତଟି ଯାକ ବ୍ଲକର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.