Home ଓଡ଼ିଶା HIV ସଂକ୍ରମଣ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ : ଗର୍ଭସ୍ଥ ଶିଶୁ ମୃତ

HIV ସଂକ୍ରମଣ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ : ଗର୍ଭସ୍ଥ ଶିଶୁ ମୃତ

96

ବାରିପଦା ୧୪/୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଜିଲ୍ଲାବାସୀଙ୍କ ବହୁ ସଂଘର୍ଷ ପରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ପ୍ରତିଷ୍ଠା ହୋଇ ପାରିଥିଲା ସରକାରୀ ମେଡିକାଲ କଲେଜ। କିନ୍ତୁ ଦୁଃଖର ବିଷୟ ରୋଗୀ ସେବାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ପ୍ରେତ୍ୟକ ଦିନ ଗୋଟେ ଗୋଟେ ନୂଆ ସମସ୍ୟା ସାମ୍ନାକୁ ଆସୁଛି।

ତେବେ ଆଜି ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡାକ୍ତରଙ୍କର ଅବହେଳା କାରଣରୁ HIV ସଂକ୍ରମିତ ପ୍ରସୂତୀ ଛୁଆ ଜନ୍ମ କରିବା ପୁର୍ବରୁ ଗର୍ଭରେ ହିଁ ପିଲାଟିର ମୃତ୍ୟୁ ହୋଇଯାଇ ଥିବାର ଅଭିଯୋଗ ହୋଇଛି। ତେବେ ସୂଚନା ଅନୁଯାୟୀ ୧୨ ଡିସେମ୍ବର ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚ.ଆଇ.ଭି ସଂକ୍ରମିତ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଶାକର୍ମିଙ୍କ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେ ହସ୍ପିଟାଲରେ ରାତି ୧୨ଟା ସମୟରେ ପହଞ୍ଚିଥିଲେ। ହେଲେ ରାତି ଯାକ ଗର୍ଭ ଯନ୍ତ୍ରଣା ରହିବା ପରେ ତାଙ୍କୁ ସଠିକ ଚିକିତ୍ସା କରାଯାଇନଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ୧୩ ତାରିଖ ସକାଳୁ ଡାକ୍ତର ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମୃତବୋଲି ଘୋଷଣା କରିଥିଲେ। ହେଲେ ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଗର୍ଭରେ ଥିବା ମଲା ପିଲାଟିକୁ କାଢିବାପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା।

ତେବେ ଆଜି ସକାଳୁ ଗଣମାଧ୍ୟମ ଡାକ୍ତରଖାନାରେ ପହଞ୍ଚିବା ପରେ ମହିଳାଙ୍କୁ ଅପରେସନ କରି ପିଲାଟିକୁ କଢାଯିବାର ବ୍ୟବସ୍ଥା କରାଯାଇଛି। ତେବେ କିଛି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଚ୍ଆଇଭି ସଂକ୍ରମିତ ହେତୁ ମହିଳାଙ୍କ ସେବାରେ ଡାକ୍ତରଖାନା ପକ୍ଷରୁ ବିଳମ୍ବ କରାଯାଇଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.