Home ଓଡ଼ିଶା ମାଓଗଡରେ ଆଦର୍ଶ ଗ୍ରାମ, ଘରପୋଡି କ୍ଷତି ଗସ୍ତଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ,ସ୍ୱାଭିମାନ ଅଞ୍ଚଳର ବିକାଶପ୍ରତି ଗୁରୁତ୍ୱ

ମାଓଗଡରେ ଆଦର୍ଶ ଗ୍ରାମ, ଘରପୋଡି କ୍ଷତି ଗସ୍ତଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ,ସ୍ୱାଭିମାନ ଅଞ୍ଚଳର ବିକାଶପ୍ରତି ଗୁରୁତ୍ୱ

214

ମାଲକାନଗିରି, ୨୮ା୧(ଓଡିଆ ପୁଅ ) ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ସ୍ୱାଭିମାନଅଞ୍ଚଳ ରେ ଗତ ଦୁଇଦିନ ନହେଲା ପୁଲିସ ଛାଉଁଣୀରେ ପରିଣତ ହୋଇଯାଇଛି। ଆଗରୁ ମାଓବାଦୀ ପୁଲିସ ମଧ୍ୟରେ ଛକାପଝାଂର ଲୁଚକାଳି ଖେଳଚାଲିଥିବା ବେଳେ ଗତ ତିନିଦିନହେଲା ସେ ଅଞ୍ଚଳରେ ଗ୍ରାମବାସୀ ମାନେ ମାତିଉଠିଛନ୍ତି, ଗାଁକୁ ମାଓବାଦୀଙ୍କ ପ୍ରବେଶ କୁ ବାରଣ କରି ବିଭିନ୍ନ ଗ୍ରାମର ଯୁବକ ମାନେ ଦିବା ରାତ୍ର ହାତରେ ବାଡି, ଧନୂତୀର, ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ରେ ସଜିତି ହୋଇ ପାଇଁତରା ମାରୁଥିବାର ଦେଖିବାକୁ ମିଳୁଛି, ସେମାନଙ୍କ ମନୋବଳକୁ ସୁଦୃଢକରିବା ପାଇଁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ସ୍ୱାଭିମାନ ଅଞ୍ଚଳର କନ୍ତୁରପଦର, ଜନ୍ତୁରାଇ, ଜୋଡାମ୍ବ ଗ୍ରାମରେ ସୁରକ୍ଷା ବ୍ୟବସ୍ଥା କୁ ସୁଦୃଢ କରବାସହ ବିଏସଏଫ ଯବାନ, ଏସଓଜି, ଡିଭିଏଫ ଯବାନ ମାନଙ୍କ ପକ୍ଷରୁ କମ୍ବିଂଅପରେସନ ଯୋରଦାର ଚାଲିଛି। ଗତ କାଲି ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ, ଏସପି ରିଶିକେଶ ଡି ଖିଲାରୀ ପ୍ରମୁଖ ଜିଲ୍ଲାସ୍ତର ଅଧିକାରୀ ମାନେ ମାଓଗଡ କନ୍ତୁରୁପଦର ଠାରେ ପହଁଚି ଯନ୍ତୁରାଇ, ଜୋଡାମ୍ବ ଘରପୋଡି କ୍ଷତି ଗସ୍ତ ପରିବାରଙ୍କୁ ଭେଟି ସ୍ୱାନ୍ତନା ଦେବାସହ ସେମାନଙ୍କୁ ଗତ ଦୁଇଦିନ ହେଲା ମାଗଣାରେ ରନ୍ଧାଖାଦ୍ୟ ଦେବାସହ ବାସନକୁସନ, କମ୍ବଳ, ପୋଷାକ ପତ୍ର, ଚୁଡା, ଚାଉଳ, ବିସ୍କୁଟ ଯୋଗାଇଦେଇଛନ୍ତି। ମାଓବାଦୀଙ୍କ ଭୟରେ କନ୍ତୁରପଦର ବିଏସଏଫ କ୍ୟାମ୍ପ ଓ ଅନ୍ୟାନ ସ୍ଥାନରେ ଆଶ୍ରୟ ନେଇଥିବା କିଛି ଗ୍ରାମବାସୀ ଗ୍ରାମରେ ପୁଲିସ ସୁରକ୍ଷା ଯୋଗାଇ ଦିଆ ଯାଇଥିବାରୁ ସେମାନେ ଧିରେ ଧିରେ ନିଜ ଗ୍ରାମକୁ ଆଜି ଫେରୁଥିବାର ଜଣାପଡିଛି।

ମାଓଗଡର ଜୋଡାମ୍ବ ଗ୍ରାମ ରେ ସମସ୍ତପ୍ରକାର ସରକାରି ଉନ୍ନୟନମୁଳକ କାର୍ଯ୍ୟାକରାଯାଇ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିବା ସହ ମାଓବାଦୀମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସେହି ଗ୍ରାମରେ ନୂତନ ଭାବେ ଏକ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯିବା ପାଇଁ ଯୋଜନା ରହିଛି। ଜୋଡାଆମ୍ବ ଓ ଜନ୍ତୁରାଇ ଗ୍ରାମବାସୀ ମାନଙ୍କୁ ମାଗଣାରେ ୭ଦିନ ପର୍ଯ୍ୟନ୍ତ ରନ୍ଦାଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି, ଘରପୋଡିରେ ପୁରା ନଷ୍ଠ ହୋଇଥିବା ପକ୍କାଗୃହ ପାଇଁ ୧ଲକ୍ଷ ୧୯୦୦ଟଙ୍କା, ଆଶିଂକ କ୍ଷତି ଗସ୍ତ ଗୃହ କୁ ଆବଶ୍ୟକ ଅନୁସାରେ ସହାୟତା ଯୋଗାଇଦେବା ସହ ଜୋଡାମ୍ବ ଓ ଜନ୍ତୁରାଇ ଗ୍ରାମର୬୦ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ହଜାରଟଙ୍କା ଲେଖା ସହାୟତା ଦିଆଯାଇ ସମସ୍ତଙ୍କୁ ବିଜୁପକାଗୃହ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ, ପ୍ରଥମ ପର୍ଯ୍ୟାୟରେ ଜୋଡାମ୍ବ ଗ୍ରାମରେ ରାସ୍ତା, ପାନୀୟଜଳ, ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟସେବାପାଇଁ ଏକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲା ଯାଇ ଆମ୍ବୁଲାନ୍ସ ବ୍ୟବସ୍ଥା ହେବ, କେବଳ ଜୋଡାମ୍ବ ଗ୍ରାମ ନୁହଁ ସ୍ୱାଭିମାନ ଅଞ୍ଚଳର ସମସ୍ତଗ୍ରାମକୁ ଆଦର୍ଶ ଗ୍ରାମଭାବେ ଗଢିତୋଳି ସ୍ୱାଭିମାନ ଅଞ୍ଚଳକୁ ଓଡିଶାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ର ମଡେଲ ଭାବେ ଗ୍ରହଣ କରାଯିବ, ସ୍ୱାଭିମାନ ଅଞ୍ଚଳର ହଳଦୀ ଉନ୍ନତ ମାନର ହୋଇଥିବାରୁ ଏହା କୁ ଆନ୍ତର୍ଜାତୀୟ ବଜାରରେ ସ୍ଥାନଦେଇ ଗ୍ରାମବାସୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ହଳଦୀ ଚାଷପ୍ରତି ଗୁରୁତ୍ୱ ଦିଆଯିବ, ହଳଦୀ ପ୍ରୋସେସିଂ କେନ୍ଦ୍ର ଓ ଶୀତଳଭଣ୍ଡାର ଟିଏ ସ୍ଥାପନ କରିବାପାଇଁ ନିସ୍ପତି ନିଆଯାଇଛି, ସ୍ୱତନ୍ତ୍ର ଭାବେ ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.