Home ଅପରାଧ  ଘାଟିରେ ଓଲଟିଲା ବସ୍ ; ୭ ମୃତ ୪୦ଆହତ

 ଘାଟିରେ ଓଲଟିଲା ବସ୍ ; ୭ ମୃତ ୪୦ଆହତ

152

ଗଞ୍ଜାମ ୨୯ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ )ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ଏକ ପୋଲ ତଳକୁ ଯାତ୍ରୀବାହୀ ବସ୍ ଓଲଟି ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ ରେ ଥିବା ଅନ୍ୟ ୪୦ ଯାତ୍ରୀ ଗୁରୁତର ଆହତ ହୋଇଥିବା ଘଟଣା ସ୍ଥଳରେ ପହଞ୍ଚିଥିବା ପାଟପୁର ପୁଲିସ ସୁତ୍ରରୁ ଜଣାପଡିଛି । ଆହତମାନଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀବାହୀ ବସ୍‌ଟି ଟକିରିରୁ ବ୍ରହ୍ମପୁରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

 

ପାଟପୁର ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି । ବିଳମ୍ବିତ ରାତି ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ଏବେ ବି ବସ୍ ଭିତରେ କିଛି ଯାତ୍ରୀ ଚାପି ହୋଇ ରହିଥିବା ସୂଚନା ମିଳିଛି । ମୃତାହତଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି । ସେହିଭଳି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି ।ଯାତ୍ରୀ ମାନଙ୍କ ପରଚୟ ହସ୍ତ ହୋଇନଥିବା ପୁଲିସ ଠାରୁ ସୁଚନା ମିଳିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.