Home ଜିଲ୍ଲା ପରିକ୍ରମା ମାଓଗଡରେ ଅବକାରୀ ବିଭାଗ ପକ୍ଷରୁ ୧୦କୋଟି୪୦ଲକ୍ଷ ଟଙ୍କାର ବେଆଇନ ଗଜେଂଇ ଚାଷ ପୋଡି ନଷ୍ଠ

ମାଓଗଡରେ ଅବକାରୀ ବିଭାଗ ପକ୍ଷରୁ ୧୦କୋଟି୪୦ଲକ୍ଷ ଟଙ୍କାର ବେଆଇନ ଗଜେଂଇ ଚାଷ ପୋଡି ନଷ୍ଠ

439

ମାଲକାନଗିରି,୨୧ା୧୧ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ,ଚିତ୍ରକୋଣ୍ଡା ଥାନାପୁଲିସ ର ମିଳିତ ଚଢଉରେ ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ସିଲେରୁ ନଦୀ ପାଶ୍ୱର୍ରେ ଥିବା  ହରିପୁର,ଆମ୍ବାପଦର,ମୁଦୁଲିଗୁଡା ଗ୍ରାମ ଜଙ୍ଗଲରେ ୬୫ ଏକର ଜମିରେ ବେଆଇନ ଭାବେ ହୋଇଥିବା ଗଜାଂଇଗଛ କାଟି ପୋଡି ନଷ୍ଟକରିଦେଇଛନ୍ତି । ଏହାର ସରକାରି ମୂଲ୍ୟ ପ୍ରାୟ ୧୦କୋଟି୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।   ମାଲାକନଗିରି ଜିଲ୍ଲାପାଳ ମନୀଷଆଗ୍ରଓ୍ୟାଲ,ଏସପି ରିଶିକେଶ ଖିଲାରୀ ଡି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ ଙ୍କ ନେତୃତ୍ୱରେ କୋରାପୁଟ,ଜୟପୁର, ନବରଙ୍ଗପୁର ଅବକାରି ବିଭାଗ ,ଚିତ୍ରକୋଣ୍ଡା ଥାନା ପୁଲିସ ଓ ଜିଲ୍ଲାଅବକାରି ବିଭାଗ କର୍ମଚାରି ମାନେ ମାଓପ୍ରବଣ ସିଲେରୁ ନଦୀକୁଳରେଥିବା  ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷ କରାଯାଇଥିବା ୬୫ଏକର ଜମିରୁ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ଉପସ୍ଥିତିରେ ୧୦୪୦୦୦ଗଜେଂଇ କଲି ଫଳିଥିବା ବଡ ବଡ ଗଛଗୁଡିକୁ କାଟି ପୋଡି ଦେଇଥିଲେ,ଏହି ଗଜେଂଇ ଗଛର ସରକାରି ମୂଲ୍ୟ ପ୍ରାୟ ୧୦,୪୦,୦୦୦୦୦ ଟଙ୍କା ହେବ । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଜେଂଇଚାଷର ଭୁସ୍ୱର୍ଗ ।ଦୁର୍ଗମ ବିଛିନ୍ନାଚଂଳର ଯେଉଁଠି ଦେଖିବ ରାସ୍ତାକଡ ଠାରୁ ଆରମ୍ଭକରି ପାହଡ ପର୍ଯ୍ୟନ୍ତ ଶତାଧିକ ହେକ୍ଟର ଜମିରେ ଗଜେଂଇଗଛର ସବୁଜ ବିଷବଳୟ ଚାରିଦିଗକୁ ଘେରି ରହିଛି । ଜିଲ୍ଲାରେ ଚାଲିଥିବା ବେଆଇନ ଗଜାଂଇ ଚାଷ ଗୁଡିକୁ ନିୟମିତ ଭାବେ କାଟି ପୋଡି ନଷ୍ଟକରିଦିଆ ଯିବ ବୋଲି ଅବକାରି ବିଭାଗ ଅଧିକ୍ଷକ ଶ୍ରୀ ସେଠ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.