Home ଜିଲ୍ଲା ପରିକ୍ରମା ଭଦ୍ରକ ମୁସଲିମ ଜମାତ ପକ୍ଷରୁ ନୂତନ ପୁରୁଣା ବଜାର ଆଇଆଇସିଙ୍କୁ ଶୁଭେଚ୍ଛା

ଭଦ୍ରକ ମୁସଲିମ ଜମାତ ପକ୍ଷରୁ ନୂତନ ପୁରୁଣା ବଜାର ଆଇଆଇସିଙ୍କୁ ଶୁଭେଚ୍ଛା

94

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁସ୍‌ଲିମ ଜମାତ ପକ୍ଷରୁ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ପୁରୁଣା ବଜାର ଆଇଆଇସି (ଥାନାଧିକାରୀ)ନିରୋଜ କୁମାର ସାମଲଙ୍କୁ ଶୁଭେଚ୍ଛା ଜଣାଯାଇଛି । ଭଦ୍ରକ ମୁସଲିମ ଜମାତର ଏକ ପ୍ରତିନିଧି ଦଳ ଉପ-ସଭାପତି ମହମ୍ମଦ ଜକାଉଲ୍ଲାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ହାଜି ଶେକ ଏନାମ ମହମ୍ମଦ, ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ୍‌, ମିଡିଆ ସେଲ ସଂଯୋଜକ ଶେଖ ଅନୱାର(ବାବୁ), ଜମିଲ ଅଖତର ଖାନ୍‌, ଅସରଫ୍ ଅଲ୍ଲି ଖାନ୍‌, ହାଜି ହଫିଜୁର ରହେମାନ, ହାଜି ସଇଦ ଶାହା, ହାଜି କୟୁମ୍ ଶାହା, ଅବୁହୋସେନ ଖାନ୍‌, ମିର୍ଜା ଏକ୍ରାମ ବେଗ୍‌, କାଉନିଲର ଜାହିଦ ଶାହା ପ୍ରମୁଖ ନୂତନ ଥାନାଧିକାରୀ ଶ୍ରୀ ସାମଲଙ୍କୁ ଫୁଲତୋଡା ଦେଇ ସମ୍ବର୍ଧିତ କରିଥିଲେ । ଏହି ଉପଲକ୍ଷେ ସୋମବାର ସନ୍ଧ୍ୟା ସାଢେ ୭ଟା ବେଳେ ପୁରୁଣା ବଜାର ଥାନା ପରିସରରେ ଅନୁଷ୍ଠିତ ଏକ ସମ୍ବର୍ଧନା ସଭାରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଏସ୍‌.ଆଇ ଡି.ରାଉତ ଓ ହିନ୍ଦୁ ସୁରକ୍ଷା ସମିତି ର ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ହେଉଛି ଭାଇଚାରା ର ସହର । ଉଭୟ ସମ୍ପ୍ରପ୍ରଦାୟ ମଧ୍ୟରେ ଭାଇଚାରା ଓ ସମନ୍ୱୟ ବଜାୟ ରଖିବା ଲାଗି ସମସ୍ତେ ଯତ୍ନବାନ ହେବାକୁ ଡିଏସ୍‌ପି ଶ୍ରୀ ଦ୍ୱିବେଦୀ ପରାମର୍ଶ ଦେଇଥିଲେ । ସେହିଭଳି ଏହି ଥାନା ଅଧିନରେ ଚଳିତ ମାସରୁ ଆରମ୍ଭ ହେଉଥିବା ଗଣେଶ ପୂଜା, ବଡ ସରକାର ବାବାଙ୍କ ବାର୍ଷିକ ଉତ୍ସବ, ଇଦ୍ ମିଲାଦୁନ ନବୀ ଓ ଅନ୍ୟାନ୍ୟା ପର୍ବପର୍ବାଣୀକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେ ଦିଗରେ ସମସ୍ତେ ସହଯୋଗ କରିବାକୁ ନୂତନ ଆଇଆଇସି ଶ୍ରୀ ସାମଲ ନିବେଦନ କରିଥିଲେ । ସେହିଭଳି ଛୋଟ ଛୋଟ ଗଣ୍ଡଗୋଳ ଗୁଡିକରେ ମାମଲା ରୁଜୁ ନକରି ଆପୋଷ ସମାଧାନ କରିବାକୁ ଗୁରୁତ୍ୱଦେବାକୁ ମୁସ୍‌ଲିମ ଜମାତ କର୍ମକର୍ତା ଓ ବିଦ୍ୟାଧର ସାହୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.