Home ଜିଲ୍ଲା ପରିକ୍ରମା ମହିୟସୀ ମହିଳା ହିରଣ୍ମୟୀଙ୍କ ସ୍ମୃତିଚାରଣ ସଭା

ମହିୟସୀ ମହିଳା ହିରଣ୍ମୟୀଙ୍କ ସ୍ମୃତିଚାରଣ ସଭା

20

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଆଦର୍ଶ ପରୋପକାରୀ ମହିୟସୀ ମହିଳା ଭାବେ ହିରଣ୍ମୟୀ ମଲ୍ଲିକଙ୍କ ଅବଦାନ ସ୍ଥାନୀୟ ଅଂଚଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । କୌଣସି ଅନାହାର ଓ ଦରିଦ୍ର ବ୍ୟକ୍ତି କେବେବି ତାଙ୍କ ଦୁଆରରୁ ଭୋକିଲା ହୋଇ ଫେରୁନଥିଲା । ଏପରିକି ସେ ସ୍ଥାନୀୟ ଅଂଚଳର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ପରିମଳ ସମସ୍ୟାର ସମାଧାନ ଦିଗରେ ନିଜର ସ୍ୱାମୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଗାନ୍ଧିବାଦୀ ସ୍ୱର୍ଗତଃ ଆନନ୍ଦ ଚନ୍ଦ୍ର ମଲ୍ଲିକଙ୍କ ସହ ସାମିଲ ଥାଇ ସେଗୁଡିକ ସମାଧାନ କରିଆସୁଥିଲେ । ଏଭଳି ଜଣେ ମହିଳାଙ୍କର ମୃତ୍ୟୁରେ କେବଳ ଏହି ଅଂଚଳ ନୁହେଁ ଧାମନଗରର ଜନମାନସରେ ଏକ ଭଲମଣିଷର ଅଭାବବୋଧ ସୃଷ୍ଟି କରିଛି ବୋଲି ଆଜି ତାଙ୍କ ଏକାଦଶାହ ଉପଲକ୍ଷେ ଅନୁଷ୍ଠିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଆଜିର ଏହି ସ୍ମୃତିସଭା ପ୍ରାରମ୍ଭରେ ଜିଲା ବିଜେଡି ସଂପାଦକ ପ୍ରଦୀପ ମଲ୍ଲିକ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏଭଳି ଦୁଃଖଦ ଘଟଣାରେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ସ୍ୱର୍ଗତାଃ ହରିଣ୍ମୟୀଙ୍କ ଦିଅର ତଥା ଶିକ୍ଷାବିତ୍ ସୁନନ୍ଦ ମଲ୍ଲିକ, ପୁତୁରା ସାମ୍ବାଦିକ ପ୍ରମୋଦ ରାୟ ଓ ପ୍ରାଣରଂଜନଙ୍କ ପରିଚାଳନାରେ ଆୟୋଜିତ ଏହି ସ୍ମୃତିସଭାରେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିବାବେଳେ ଏଥିରେ ତାଙ୍କର ଚାରିଝିଅ ଜୟଶ୍ରୀ, ଶୁଭଶ୍ରୀ, ଯଶଶ୍ରୀ, ଶେଷଶ୍ରୀ, ଜ୍ୱାଇଁ ଇଂ ସୁବାଷ ନାୟକ, ଡାକ୍ତର ସତ୍ୟନାରାୟଣ ନାୟକ, ପ୍ରଦ୍ୟୁମ୍ନ ବଳ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ତାଙ୍କର ପୁତ୍ର ଇଂ ଜନରଂଜନ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.