Home ଜିଲ୍ଲା ପରିକ୍ରମା ଡାକଗାଡି ଅଟକାଇ ଜଣେ ଗିରଫ

ଡାକଗାଡି ଅଟକାଇ ଜଣେ ଗିରଫ

44

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡାକ ପରିବହନରେ ନିୟୋଜିତ ଗାଡିକୁ ଅଟକାଇ ଚାଳକକୁ ଦୁର୍ବବ୍ୟବହାର କରିବା ଓ ସାମଗ୍ରୀ ଚୋରି କରିବା ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ଋଜୁ କରିଛି । ଡାକ ସାମଗ୍ରୀ ପରିବହନ କରୁଥିବା ଗାଡିଟି ବୈତରଣୀ ନଦୀବନ୍ଧରେ ଯାଉଥିବା ସମୟରେ ମଢିଆଳି ଗ୍ରାମର ଦୁଇଜଣ ଯୁବକ ଏକ ବାଇକରେ ଆସି ଗାଡିଟିକୁ ଅଟକାଇବା ସହ ଚାଳକକୁ ଧମକ ଚମକ ଦେଇଥିଲେ । ଏପରିକି ଡାକ ସମାଗ୍ରୀ ଲୁଟ ନେଇଯିବାକୁ ଉଦ୍ୟମ କରିଥିବା ଚାଳକ ସାବରଙ୍ଗ ଥାନା ଅଞ୍ଚଳର ତାରାକାନ୍ତ ଗିରି ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । ଏଥିନେଇ ଥାନାରେ ୬୦/୨୧ନଂ ମାମଲା ଋଜୁ ହେବା ସହ ଅଭିଯୁକ୍ତ ବସନ୍ତ ବେହେରାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.