Home କୋରାପୁଟ ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମକୁ ଜାତୀୟ ମହିଳା କମିଶନ ସଦସ୍ୟାଙ୍କ ପ୍ରଶଂସା

ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମକୁ ଜାତୀୟ ମହିଳା କମିଶନ ସଦସ୍ୟାଙ୍କ ପ୍ରଶଂସା

259

କୋରାପୁଟ ୧୯-୦୯-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ମହିଳା ସଶକ୍ତି କରଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରା ଯାଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଜାତୀୟ ମହିଳା କମିଶନ୍ ସଦସ୍ୟା ଚନ୍ଦ୍ରମୁଖି ଦେବୀ ଜିଲା ପ୍ରଶାସନକୁ ଉଚ ପ୍ରଶଂସା କରିଛନ୍ତି। ଆଦିବାସୀ ବହୁଳ କୋରାପୁଟ ଜିଲାରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସଫଳତାର ସହ ଯେଭଳି ଭାବେ ଚାଲିଛି ସେଥିପାଇଁ ଜିଲା ପ୍ରଶାସନ ଓ ସମ୍ପୃକ୍ତ ସମସ୍ତ ବିଭାଗ ପ୍ରଶଂସାର ପାତ୍ର ବୋଲି ପ୍ରତିକ୍ରିୟା ରଖିବା ସହ ଉଚ ପଦସ୍ତ ଅଧିକାରୀମାନେ ଠିକ କାମ କଲେ ତଳସ୍ତରର କର୍ମଚାରୀ ମଧ୍ୟ ସେମାନଙ୍କୁ ଅନୁକରଣ କରି ନିଜ ଦାୟିତ୍ୱ ତୂଲାଇବେ ବୋଲି ମତବ୍ୟକ୍ତ କରିଥିଲେ। ଜାତୀୟ ମହିଳା କମିଶନ ସଦସ୍ୟା ଚନ୍ଦ୍ରମୁକି ଦେବୀ ଗୁରୁବାର କୋରାପୁଟ ଜିଲା ଗସ୍ତରେ ଆସି ଜିଲା ପ୍ରଶାସନ ଦ୍ୱାରା ସଦଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ଗଣମାଧ୍ୟମକୁ ଦେଇଥିଲେ। ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ, ପିଡି ଡିଆରଡିଏ ପ୍ରବୀର କୁମାର ନାୟକ, ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳପତି ବେହେରା, ସିଡିଏମଓ ଡା.ଦଧୀ ବାମନ ତ୍ରିପାଠୀ, ଜିଲା ଶିକ୍ଷା ଅଧିକାରୀ ଡଃ.ପ୍ରମୋଦ କୁମାର ପଣ୍ଡା, ଜିଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାଶ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଡଃ.ଗାୟତ୍ରୀ ଦେବୀଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟତ ନାରୀ ସଶକ୍ତିକରଣ, ନାରୀ ନିର୍ଯ୍ୟାତନା, ବାଳିକା ଶିକ୍ଷା, ଛାତ୍ରୀ ନିବାସରେ ଅନ୍ତେବାସୀଙ୍କ ସୁରକ୍ଷା, କେନ୍ଦ୍ର ସରକାର ମହିଳା ମାନଙ୍କ ନିମନ୍ତେ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ଓ ରାଜ୍ୟ ସରକାରଙ୍କ ନାରୀ ସଶକ୍ତି କରଣ ଯୋଜନା ଉପରେ ଆଲୋଚନା କରା ଯାଇଥିଲା। କେନ୍ଦ୍ର ସରକାରଙ୍କ ବେଟି ବଚାଓ ବେଟି ପଢାଓ ଯୋଜନା ଉପରେ ସମୀକ୍ଷା କରି ଜିଲାରେ ପୁଅ ଝିଅ ସଂଖ୍ୟା ଅନୁପାତରେ ବିଶେଷ ତାରତମ୍ୟ ନଥିବାରୁ ସଦସ୍ୟା ଚନ୍ଦ୍ରମୁଖି ଜିଲା ପ୍ରଶାସନକୁ ପ୍ରଶଂସା କରି ଏହି ଯୋଜନା କୋରାପୁଟ ଜିଲାରେ ପ୍ରଯୁଜ୍ୟ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ସେହି ଯୋଜନା ଗୁଡିକ ଅନୁଧ୍ୟାନ କରା ଯାଇ ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରା ଯିବାକୁ କେନ୍ଦ୍ର ସରକାରକୁ ପ୍ରସ୍ତାବ ଦେବେ ବୋଲି ସେ ଗଣମାଧ୍ୟମକୁ କହିଥିଲେ। ମହିଳା କମିଶନ ସଦସ୍ୟାଙ୍କୁ କୋରାପୁଟ କଫି ପିଇବାକୁ ଦିଆ ଯାଇଥିଲା। କଫି ପିଇ ସେ କୋରାପୁଟ କଫିର ଗୁଣବତାକୁ ପ୍ରଶଂସା କରିଥିବାବେଳେ ଜିଲା ପ୍ରଶାସନ ତରଫରୁ କୋରାପୁଟ କଫି ଉପହାର ଦିଆ ଯାଇଥିଲା। ଅପରାହ୍ନ୍ନରେ ସେ ନିରାଶ୍ରୟ ମହିଳାଙ୍କ ନିମନ୍ତେ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ଆଶ୍ରୟ କେନ୍ଦ୍ର ସଖି ଗୃହ ଓ କଫି ବୋର୍ଡ ପରିଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ପରିଚାଳନା କରିଥିବା ବେଳେ ମମତା ମହାନ୍ତି ଓ ବିନୋଦିନୀ ବେହେରା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.