Home ଓଡ଼ିଶା ମହିଳା କ୍ରିକେଟିୟର ରାଜଶ୍ରୀଙ୍କ ମୃତ୍ୟୁ ଏବଂ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ : ଯେଉଁଠିଜଣେ ମହିଳା ଖେଳାଳି...

ମହିଳା କ୍ରିକେଟିୟର ରାଜଶ୍ରୀଙ୍କ ମୃତ୍ୟୁ ଏବଂ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ : ଯେଉଁଠିଜଣେ ମହିଳା ଖେଳାଳି ସୁରକ୍ଷିତ ନୁହେଁ ସେଠି ସାଧାରଣ ମହିଳା କିପରି ସୁରକ୍ଷିତ ରହିପାରିବେ ? : ସ୍ମୃତି ପଟ୍ଟନାୟକ

55

– ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଅକାଳ ମୃତ୍ୟୁ ଆମ ସମସ୍ତଙ୍କୁ ଅତ୍ୟନ୍ତ ମର୍ମାହତ କରିଛି
– ଗତକାଲି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୃତ ରାଜଶ୍ରୀଙ୍କ ଗାଁ କୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି
– ମୃତ ରାଜଶ୍ରୀଙ୍କ ବାପା, ମା ଓ ପରିବାର ସଦସ୍ୟମାନେ ଭୟର ବାତାବରଣରେ ଅଛନ୍ତି
– ରାଜଶ୍ରୀର ନିଖୋଜ ହେବା ପରେ ପୋଲିସ ତଥା ପରିବାରବର୍ଗଙ୍କୁ ଅବଗତ କରାଗଲା ନାହିଁ କାହିଁକି ଏବଂ ଏଥି ପାଇଁ ଦାୟୀ କିଏ ?
– ଗୋଟିଏ ପଟେ ଖେଳକୁ ପ୍ରୋତ୍ସାହନ ଦେବା କଥା କହି ଅପର ପକ୍ଷରେ ମହିଳା ଖେଳାଳୀଙ୍କ ମୃତ୍ୟୁକୁ ନେଇ କାହିଁକି ଏତେ ସମ୍ବେଦନହୀନ ରାଜ୍ୟ ସରକାର ?
– ରାଜଶ୍ରୀଙ୍କ ପରିବାରବର୍ଗର ଅଭିଯୋଗ ପରେ ମୃତ୍ୟୁ ପାଇଁ ଦାୟୀ ବୋଲାଉଥିବା ଓସିଏ କତୃପକ୍ଷ କିଏ ଏବଂ ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ?
– ରାଜଶ୍ରୀ ରହୁଥିବା ହୋଟେଲର କଥା କେଉଁ କତୃପକ୍ଷ ବୁଝୁଥିଲେ ?ସାଧାରଣ ମହିଳାଙ୍କଠାରୁ ଆରମ୍ଭ କରି ମହିଳା ତହସିଲଦାର୍‌, ପୋଲିସ ଏସଆଇ, ମହିଳା କର୍ମଚାରୀ ଆଜି ନିଜକୁ ଅସୁରକ୍ଷିତ ମଣୁଛନ୍ତି
– ବର୍ତମାନ ଏହି ତାଲିକାରେ ମହିଳା ଖେଳାଳୀମାନେମାନେ ମଧ୍ୟ ସାମିଲ ହୋଇଗଲେ
ଭୁବନେଶ୍ୱର ୧୫/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ଖେଳକୁ ପ୍ରୋତ୍ସହନ ଦେଉଥିବା ମୁଖ୍ୟମନ୍ତ୍ରୀ ମହିଳା ଖେଳାଳୀଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଓଡ଼ିଶାରେ ବିଶ୍ୱସ୍ତରୀୟ ଖେଳାଳିଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା କରୁନାହାନ୍ତି କି ଓଡ଼ିଶାର ଖେଳମନ୍ତ୍ରୀ ତୁଷାରକାନ୍ତୀ ବେହେରା ମଧ୍ୟ କିଛି ପଦକ୍ଷେପ ନନେବା ଲଜ୍ଜ୍ୟା ଓ ପରିତାପର ବିଷୟ। ନବୀନ ବାବୁ ଖେଳକୁ ଢାଲ କରି ଲୋକଙ୍କୁ ଭୂଆଁ ବୁଲାଇ କୋଟି କୋଟି ଟଙ୍କା ଖାଉଛନ୍ତି। ଯାହାର ଚିତ୍ର ଆପଣଙ୍କ ସାମ୍ନାରେ ଜଳ ଜଳ ହୋଇ ଦେଖାଯାଉଛି। ଓଡ଼ିଶାର ଗର୍ବ ଗୌରବକୁ ବୃଦ୍ଧି କରାଇଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଅକାଳ ମୃତ୍ୟୁ ଆମ ସମସ୍ତଙ୍କୁ ଅତ୍ୟନ୍ତ ମର୍ମାହତ କରିଛି। ଗତ ୧୦ତାରିଖ ରାଜଶ୍ରୀ ନିଖୋଜ ହୋଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଥିଲେ ବି ପୋଲିସ ବିଭାଗ ଓ ଓସିଏ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ। ରାଜଶ୍ରୀଙ୍କ ନିଖୋଜର ୨ ଦିନ ପରେ ବି ପରିବାର କିମ୍ବା ପୋଲିସ ଓସିଏ କତୃପକ୍ଷ ଜଣାଇଲେ ନାହିଁ। ଶେଷରେ ୧୩ ତାରିଖ ଦିନ କଟକ ଜିଲ୍ଲା ଆଠଗଡ ଅଂଚଳର ଗୁରୁଡିଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବା ପରେ ତତ୍ପରାତର ସହ ତଦନ୍ତ ହୋଇଥିଲେ ରାଜଶ୍ରିର ମୃତ୍ୟୁ ହୋଇନଥାନ୍ତା ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି।

ଗତ କାଲି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ନେତୃତ୍ୱରେ ମୃତ ରାଜଶ୍ରୀଙ୍କ ଗାଁ କୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ମୃତ ରାଜଶ୍ରୀଙ୍କ ବାପା, ମା ଓ ପରିବାର ସଦସ୍ୟମାନେ ଭୟର ବାତାବରଣରେ ଅଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଆଦୈା ସମ୍ବେଦନଶୀଳ ନୁହନ୍ତି। ରାଜଶ୍ରୀର ସଂପର୍କରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡାମନ୍ତ୍ରୀଙ୍କୁ ଫୋନ କରି ହସ୍ତକ୍ଷେପ କରିବା ପାଇଁ ପରିବାର ତରଫରୁ ନିବେଦନ କରାଯାଇଥିଲେ ସୁଦ୍ଧା, ସେ ହକି ଖେଳ ପାଇଁ ବ୍ୟସ୍ତ ଅଛନ୍ତି ବୋଲି କହି ଫୋନ କାଟି ଦେଇଥିଲେ। ଖେଳ ନୁହେଁ ବରଂ ଭାବମୂର୍ତି ହରାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଳିନ ଚେହେରାକୁ ଉଦ୍ଧାର କରିବା ପାଇଁ ବ୍ୟସ୍ତ ଥିବା ରାଜ୍ୟର କ୍ରୀଡାମନ୍ତ୍ରୀଙ୍କ ପାଖରେ ନିଜ ଅଂଚଳର ଜଣେ ରାଜ୍ୟସ୍ତରୀୟ ମହିଳା ଖେଳାଳୀଙ୍କ ପାଇଁ ସମୟ ନଥିଲା। ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟ ସରକାରଙ୍କ ମା ଓ ଭଉଣୀଙ୍କ ସମ୍ମାନର ନାରା ପ୍ରତି ଶକ୍ତ ଧକ୍କା ଅଟେ। ଯେଉଁ ରାଜ୍ୟରେ ଜଣେ ମହିଳା ଖେଳାଳି ସୁରକ୍ଷିତ ନୁହେଁ ସେଠି ସାଧାରଣ ମହିଳା କିପରି ସୁରକ୍ଷିତ ରହିପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ରାଜଶ୍ରୀର ନିଖୋଜ ହେବା ପରେ ପୋଲିସ ତଥା ପରିବାରବର୍ଗଙ୍କୁ ଅବଗତ କରାଗଲା ନାହିଁ କାହିଁକି ଏବଂ ଏଥି ପାଇଁ ଦାୟୀ କିଏ ? ଗୋଟିଏ ପଟେ ଖେଳକୁ ପ୍ରୋତ୍ସାହନ ଦେବା କଥା କହି ଅପର ପକ୍ଷରେ ମହିଳା ଖେଳାଳୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର କାହିଁକି ଏତେ ଅସମ୍ବେଦନଶୀଳ ? ରାଜଶ୍ରୀଙ୍କ ପରିବାରବର୍ଗର ଅଭିଯୋଗ ପରେ ମୃତ୍ୟୁ ପାଇଁ ଦାୟୀ ବୋଲାଉଥିବା ଓସିଏ କତୃପକ୍ଷ କିଏ ଏବଂ ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ? ରାଜଶ୍ରୀ ରହୁଥିବା ହୋଟେଲର କଥା କେଉଁ କତୃପକ୍ଷ ବୁଝୁଥିଲେ ? ଏ ସମସ୍ତ ପ୍ରଶ୍ନର ଉତର ସାମ୍ନାକୁ ଆସିବା ଉଚିତ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ମହିଳାଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ୨୩ ବର୍ଷର ରାଜ୍ୟ ସରକାରଙ୍କ ସମୟ ମହିଳା ଆକ୍ରମଣ, ବଳତ୍କାର, ମହିଳା ଚାଲଣ, ଅପହରଣ, ଶିଶୁ ଅପହରଣ ଓ ଅପରାଧ ତାର କାୟା ବିସ୍ତାର କରିଛି। ସାଧାରଣ ମହିଳାଙ୍କଠାରୁ ଆରମ୍ଭ କରି ମହିଳା ତହସିଲଦାର୍‌, ପୋଲିସ ଏସଆଇ, ମହିଳା କର୍ମଚାରୀ ଆଜି ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବର୍ତମାନ ଏହି ତାଲିକାରେ ମହିଳା ଖେଳାଳୀମାନେମାନେ ମଧ୍ୟ ସାମିଲ ହୋଇଗଲେ। ଏହି ଘଟଣା ଅତ୍ୟନ୍ତ ଲଜ୍ଜା ଓ ଗଭୀର ଚିନ୍ତାଜନକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ମହିଳା ସୁରକ୍ଷା ପ୍ରସଙ୍ଗ ଆସିଲେ, ମହିଳା ବିରୋଧୀ ଏବଂ ସମ୍ବେଦନହୀନ ରାଜ୍ୟ ସରକାର ନିଜକୁ ଧଳା ଚାଦର ଭିତରେ ଘୋଢେଇ ହୋଇ ନିଜ ଦାୟୀତ୍ୱରୁ ଖସି ଯିବାର ଅପପ୍ରୟାସ ବାରମ୍ବାର କରିଆସୁଛନ୍ତି। ଅତୀତରେ ମମିତା ମେହେର, ନିମାପଡାର ଧର୍ମେନ୍ଦ୍ର ସାହୁ, ପରୀ, ପିହୁ, ସ୍ମିତାରଣୀ ଭଳି ଅନେକ ଲୋମହର୍ଷଣକାରୀ ହତ୍ୟା ଘଟଣା ଓଡିଶାବାସୀଙ୍କ ମନ ଭିତରୁ ଯାଇନାହିଁ। ଯଥାଶୀଘ୍ର ରାଜ୍ୟ ସରକାର ରାଜଶ୍ରୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତାକୁ ଧରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି।

ଏହି ଅବସରରେ ବିଜେପି ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ଓ ମହିଳା କାର୍ଯ୍ୟକାରିଣୀ ସଦସ୍ୟା ସୁଭାଶିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.